ଦିନ ଦ୍ୱିପହରେ ଲୁଟିନେଲେ ସୁନାଗହଣା

( ଜଗନ୍ନାଥ ଅଗ୍ରୱାଲ) : ପୁଣି ଦିନ ଦ୍ୱିପହରେ ଲୁଟ୍ । ଆଜି ଅନୁଗୋଳ ଜିଲ୍ଲା ବଅଁରପାଳ ନାଲକୋ କଲୋନୀର ଜଣେ ମହିଳାଙ୍କଠାରୁ ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଦୁଇ ଜଣ ଦୁବୃତ୍ତ କ୍ୱାର୍ଟରେ ପଶି ଛୁରୀ ଦେଖାଇ ମହିଳାଙ୍କଠାରୁ ଲୁଟିନେଲେ ଗହଣା । କୋରିୟର ବାଲା ବୋଲି ପରିଚୟ ଦେଇ ଘର ଭିତରକୁ ପଶିଥିଲେ । ଏହି ଘଟଣା ସମ୍ପର୍କରେ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନାଲକୋ ପୋଲିସ ତଦନ୍ତ ଚଳାଇଛି ।