ନୁଆଦିଲ୍ଲୀ: ନିର୍ଦ୍ଧାରିତ ତାରିଖରେ ହେବ ଜେଇ ମେନ୍ ଓ ନିଟ୍ ପରୀକ୍ଷା । ଏନେଇ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍ଟିଏ । ଜେଇ ମେନ୍ ସେପ୍ଟେମ୍ବର ୧ ରୂ ୬ ତାରିଖ ଯାଏଁ ହେବାକୁ ଥିବା ବେଳେ ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ ତାରିଖରେ ହେବାକୁ ନେଇ ପୁର୍ବରୁ ଧାର୍ଯ୍ୟ ହୋଇଥିଲା । ଆଜିର ସୁଚନା ପରେ ଛାତ୍ରଛାତ୍ରୀଙ୍କ ମନରେ ପରୀକ୍ଷାକୁ ନେଇ ଯେଉଁ ଦ୍ୱନ୍ଦ ରହିଥିଲା ତାହା ଦୁର ହୋଇଛି ।
ସେପଟେ ଜେଇ ମେନ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରକାଶ ପାଇସାରିଛି । ତେବେ ଖୁବ୍ ଶୀଘ୍ର ନିଟ୍ ପରୀକ୍ଷା ପାଇଁ ମଧ୍ୟ ଆଡମିଟ୍ କାର୍ଡ ପ୍ରକାଶ ପାଇବା ନେଇ ଏନଟିଏ ପକ୍ଷରୁ ସୁଚନା ଦିଆଯାଇଛି । ସୁଚନା ରହିଛି ଯେ ଜେଇ ମେନ୍ ର ସେଣ୍ଟର ସଂଖ୍ୟା ୫୭୦ରୁ ୬୬୦କୁ ବୃଦ୍ଧି କରାଯାଇଛି । ଏଥିସହିତ ନିଟ୍ ପରୀକ୍ଷା ସେଣ୍ଟର ସଂଖ୍ୟା ୨୫୪୬ ରୁ ୩୮୪୩କୁ ବଢ଼ାଯାଇଛି ।