କମୁନି ମାଓ ହିଂସା , ଘରୁ ଡାକି ନେଇ ଯବାନଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ
ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ମାଓବାଦୀଙ୍କ ନୃଶଂସ କାଣ୍ଡ । ଘରୁ ଡାକି ନେଇ ଯବାନଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ ।
(ଛତିଶଗଡ଼) : ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ମାଓବାଦୀଙ୍କ ନୃଶଂସ କାଣ୍ଡ । ଘରୁ ଡାକି ନେଇ ଯବାନଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ । ମୃତ ଯବାନ ଜଣକ ହେଲେ ବେଟ୍ଟୀ ଭୀମା । ଖବର ପାଇ ସୁରକ୍ଷା କର୍ମୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।
ସୂଚନାନୁଯାୟୀ , ଦୋର୍ନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡିଆରଜି ଯବାନ ବେଟ୍ଟୀ ଭୀମା ମଙ୍ଗଳବାର ତାଙ୍କ ଘରକୁ ଯାଇଥିଲେ । ରାତିରେ ନିଜ ଘରେ ଶୋଇଥିବା ବେଳେ ୧୦ରୁ ୧୫ ଜଣ ମାଓବାଦୀ ସେଠାରେ ପହଞ୍ଚିଥିଲେ । ମାଓବାଦୀମାନେ ବନ୍ଧୁକ ଦେଖାଇ ତାଙ୍କୁ ଘରୁ ଉଠାଇ ନେଇଥିଲେ । ପରେ ଗାଁ ମୁଣ୍ଡ ରାସ୍ତାରେ ପଛରେ ଛେଚି ଦେବା ସହ ଗଳା କାଟି ହତ୍ୟା କରି ଚାଲି ଯାଇଥିଲେ ।