ଜାଭେଲିନ୍ ଦେବେନ୍ଦ୍ର-ସୁନ୍ଦରଙ୍କ କମାଲ, ଭାରତକୁ ଦେଲେ ଡବଲ ପଦକ

ଟୋକିଓ : ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ୍‌ରେ ଆୟୋଜିତ ପୁରୁଷ ବର୍ଗର ଜାଭ୍‌ଲିନ୍‌ (ବର୍ଚ୍ଛା) ଥ୍ରୋ ପ୍ରତିଯୋଗିତାରେ ଆଜି ଭାରତ ରୌପ୍ୟ ଏବଂ କାଂସ୍ୟ ପଦକ ଲାଭ କରିଛି। ଭାରତୀୟ ଆଥ୍‌ଲେଟ୍‌ ଦେବେନ୍ଦ୍ର ଝାଝରିୟା ଜାଭେଲିନ୍ ରୌପ୍ୟ ପଦକ ଜିତିଥିବା ବେଳେ ସୁନ୍ଦର ସିଂହ ଗୁର୍ଜାର ରୌପ୍ୟ ପଦକ ଜିତିଛନ୍ତି ।
ଆଜିର ଏହି ପ୍ରତିଯୋଗିତାରେ ଭାରତର ଦେବେନ୍ଦ୍ର ଝାଝଡ଼ିଆ ‘ଏଫ୍୪୬ ଚୂଡ଼ାନ୍ତ ପ୍ରତିଯୋଗିତା’ରେ ୬୪.୩୫ ମିଟର୍ ମାର୍କ ଥ୍ରୋ କରି ରୌପ୍ୟ ପଦକ ହାସଲ କରିଥିବା ବେଳେ ସେହି ଏକା ପ୍ରତିଯୋଗିତାରେ ସୁନ୍ଦର ସିଂହ ଗୁର୍ଜର ୬୪.୦୧ ମିଟର୍ମାର୍କ ଥ୍ରୋ କରି କାଂସ୍ୟ ପଦକ ଲାଭ କରିଛନ୍ତି। ଦୁହିଁଙ୍କ ପଦକକୁ ମିଶାଇ ୨୦୨୦ ପାରାଲିମ୍ପିକ୍ସ୍‌ କ୍ରୀଡ଼ାରେ ଭାରତର ପଦକସଂଖ୍ୟା ୭ରେ ପହଞ୍ଚିଛି।
ସୋମବାର ସକାଳୁ ସକାଳୁ ଅବନୀ ପ୍ରଥମେ ସ୍ବର୍ଣ୍ଣ ପଦକ ଜିତିଥିଲେ ତାଙ୍କ ପରେ ପରେ ଡିସକସ୍ ଥ୍ରୋରେ ଯୋଗେଶ ରୌପ୍ୟ ପଦକ ହାତେଇଥିଲେ। ପରେ ଜାଭେଲିନରେ ଦେବେନ୍ଦ୍ର ଓ ସୁନ୍ଦର ଡବଲ ପଦକ ହାତେଇଛନ୍ତି। ସେହିପରି ରବିବାର ଭାବିନା ପଟେଲ ମହିଳା ସିଙ୍ଗଲ୍ସ ଟେବୁଲ୍ ଟେନିସରେ ରୌପ୍ୟ ପୁରୁଷ ହାଇ ଜମ୍ପ୍ ଇଭେଣ୍ଟରେ ନିଶାଦ କୁମାର ରୌପ୍ୟ ପଦକ ଜିତିଥିଲେ । ଏଥିସହିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଭାରତୀୟ ଦଳ ଗୋଟିଏ ସ୍ବର୍ଣ୍ଣ ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଏପର୍ୟ୍ୟନ୍ତ ହାସଲ କରିଛି ।