ଯବାନଙ୍କୁ ଅପହରଣ କରିନେଇ ଗଲେ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଯବାନଙ୍କୁ ଅପହରଣ । ଯବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି । ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରୁ ଯବାନଙ୍କୁ ଅପହରଣ କରି ନେଇଛନ୍ତି ଆତଙ୍କବାଦୀ ।  ଜଣେ ଆତଙ୍କବାଦୀ କୌଶଳ କ୍ରମେ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଆତଙ୍କବାଦୀ ମାନେ ଅପହରଣ କରି ନେଇଛନ୍ତି । ଟେରିଟୋରିଆଲ ଆର୍ମି ଯବାନଙ୍କୁ ଅପହରଣ କରି ନେଇଛନ୍ତି । ଯବାନଙ୍କୁ ଉଦ୍ଧାର କରିବା ପାଇଁ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଗତ କିଛିଦିନ ହେବ ଆତଙ୍କୀ ନିପାତ ଅଭିଯାନ ଚଳାଇଛି ଭାରତୀୟ ସେନା । ଖୋଜି ଖୋଜି ଆତଙ୍କବାଦୀଙ୍କୁ କରାଯାଉଛି ଏନକାଉଣ୍ଟର । ୫ ଦିନ ତଳେ କୁପୱାଡା ଜିଲ୍ଲାରେ ସେନାର ସର୍ଚ୍ଚ ଅପରେସନ୍‌ ବେଳେ ନିପାତ ହୋଇଥିଲେ ୨ ଆତଙ୍କବାଦୀ । ଏଥିରେ ଉତ୍ୟକ୍ତ ହୋଇ ଯବାନଙ୍କୁ ଅପହରଣ କରି ନେଇଥିବା ଅନୁମାନ କରାଯାଉଛି ।