ସମ୍ବଲପୁର: ସମ୍ବଲପୁର ସହରରେ ପୁଣି ଆତଙ୍କ ରଚିଛି ଜଣ୍ଡିସ । ଗତକାଲି ରାତି ସୁଦ୍ଧା ୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି । ତେବେ ଆଜି କୌଣସି ନୂଆ ଆକ୍ରାନ୍ତ ନଥିବା ସିଡିଏମଓ ସୂଚନା ଦେଇଛନ୍ତିି । ସମ୍ବଲପୁର ସହରର ସାଲିଆବଗିଚା, ପେନସନପଡା , କୁମ୍ଭାରପଡାରେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ଏହି ତିନିପଡା ସମେତ ପାଖରେ ଥିବା ଅନ୍ୟପଡା ଗୁଡିକରେ ମଧ୍ୟ ପ୍ରଶାସନ ନଜର ଦେଇଛି । ପ୍ରତିଦିନ ସ୍ୱାସ୍ଥ୍ୟ ଟିମ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏହି ୩ ପଡାରେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ସ୍ଥିତି ଉପରେ ନଜର ରଖିଛି । ଏହାସହ ସେହିପଡା ଗୁଡିକରେ ପ୍ରଶାସନ ସାନିଟେସନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛି । ତେବେ ପିଇବା ପାଣି, ଗୁପୁଚୁପ ପାଣି ତଥା ଚୁସକିରୁ ଜଣ୍ଡିସ ବ୍ୟାପିଥିବା ଅନୁମାନ କରାଯାଉଛି ।