ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁଙ୍କ ଇସ୍ତଫା । ଅପର୍ ହାଉସ୍ ନିର୍ବାଚନରେ ଶାସକ LDPର ପରାଜୟ ପାଇଁ ଇସ୍ତଫା । LPDରେ ବିଭାଜନ ଆଶଙ୍କା କରି ସଭାପତି ପଦରୁ ମଧ୍ୟ ଓହରିଲେ ଶିଗେରୁ । ଏ ନେଇ ସେ ରବିବାର ଘୋଷଣା କରିଛନ୍ତି। ଶାସକ ଦଳ ଲିବେରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି)ରେ ସମ୍ଭାବ୍ୟ ବିଭାଜନକୁ ଟାଳିବା ଲାଗି ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି । ଗତବର୍ଷ ଅକ୍ଚୋବରରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଶିଗେରୁ । ଉପର ସଦରେ ହୋଇଥିବା ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀଙ୍କ କ୍ଷମତାକୁ ଦୁର୍ବଳ କରିଦେଇଥିଲା। ତେବେ ସେ ଦଳର ମୁଖ୍ୟ ପଦବୀରେ ରହିବେ ବୋଲି କହିଛନ୍ତି।
ଖବର ମୁତାବକ, ଇଶିବା ଗତ ବର୍ଷ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଗତ ଗୋଟିଏ ମାସ ଧରି ସେ ଇସ୍ତଫା ଦେବା ପାଇଁ ଦଳର ଦକ୍ଷିଣ ପକ୍ଷରୁ ଚାପର ସମ୍ମୁଖୀନ ହେଉଥିଲେ । ଜୁଲାଇରେ, ଇଶିବାଙ୍କ ଶାସକ ମେଣ୍ଟ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହି ମେଣ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ନିର୍ବାଚନରେ ୨୪୮ ଆସନ ବିଶିଷ୍ଟ ଉଚ୍ଚ ସଦନରେ ବହୁମତ ହାସଲ କରିବାରେ ବିଫଳ ହୋଇଥିଲା, ଯାହା ତାଙ୍କ ସରକାରଙ୍କ ସ୍ଥିରତାକୁ ଆହୁରି ଆଘାତ ଦେଇଥିଲା ।
ଗତ ଜୁଲାଇରେ ହୋଇଥିବା ନିର୍ବାଚନରେ ଏଲଡିପି ଏବଂ ତା’ର ସହଯୋଗୀ ଦଳ କୋମେଟୋକୁ ମୋଟ ୪୭ ଆସନ ମିଳିଥିଲା। ବହୁମତ ପାଇଁ ସର୍ବନିମ୍ନ ୫୦ ଆସନ ଆବଶ୍ୟକ ଥିଲା। ଉପର ସଦନରେ ମୋଟ ୨୪୮ ଆସନ ଥିବାବେଳେ ଜୁଲାଇ ନିର୍ବାଚନରେ ଅଧା ଆସନରେ ମତଦାନ ହୋଇଥିଲା।