କାମାକ୍ଷାନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

(ସର୍ବେଶ୍ୱର ପାତ୍ର) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଏଠାରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ରାଧାକୃଷ୍ଣ ବେଶ ହୋଇଥିଲେ । ବିଦ୍ୟାଳୟ ତରଫରୁ ଦଧି ହାଣ୍ଡି ଭାଙ୍ଗିଥିଲେ ପରେ ରାଧା କୃଷ୍ଣଙ୍କୁ ଦୋଳିରେ ଝୁଲଣ କରଯାଇଥିଲା । ପରେପରେ ବିଦ୍ୟାଳୟ ରେ ଏକା ସଭା ଅନୁଷ୍ଟିତ ହୋଇଥିଲା ପ୍ରଧାନ ଆଚାର୍ୟ୍ୟ ଗୌରଚନ୍ଦ୍ର ନନ୍ଦଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ପ୍ରତିଭା ଲକ୍ଷ୍ମୀ ମିଶ୍ର ରହି ଦୀପ ପ୍ରଜ୍ଵଳନ କାରିଥିଲେ । ଏଠାରେ ବିଦ୍ୟାଳୟ କମିଟି ଯୁଗ୍ମ ସମ୍ପାଦକ ରାମ କୁମାର ଆଚାର୍ୟ୍ୟ, ବରିଷ୍ଠ ଆଚାର୍ୟ୍ୟ ଭବାନୀ କୁମାରୀ ପାଳ, ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।