ପାରାଦୀପ : (ପ୍ରଶାନ୍ତ କୁମାର ସ୍ଵାଇଁ) ଜମୁଛି ପାରାଦୀପ କଳିଙ୍ଗ ବାଲିଯାତ୍ରା । ବିଜୁ ମୈଦାନ ରେ ଅନୁଷ୍ଠିତ ହେଉଥିବା ଏହି କଳିଙ୍ଗ ବାଲିଯାତ୍ରା ଆସନ୍ତା ୧୪ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରତିଦିନ ଲାଗିଗଲାଣି ଗହଳି ଚହଳି । ପାରାଦୀପ କେନ୍ଦ୍ରାପଡା ସହ ଅନେକ ଦୂରଦୂରାନ୍ତରୁ ଲୋକ ମାନେ ଛୁଟି ଆସୁଛନ୍ତି ଏହି ଐତିହାସିକ କଳିଙ୍ଗ ବାଲିଯାତ୍ରା ଦେଖିବାକୁ । ଦିନ ୪ ଟା ସମୟରୁ ବିଳମ୍ବିତ ରାତ୍ରୀ ପର୍ୟ୍ୟନ୍ତ ଦେଖିବାକୁ ମିଲୁଛି ହଜାର ହଜାର ଲୋକଙ୍କ ଭିଡ ।
ମୀନା ବଜାର ପଲ୍ଲୀଶ୍ରୀ ମେଳା ଓ ଠୁଙ୍କା ପୁରୀ ଚାଟ ଚଟପଟି ର ମଜା ନେଇଛନ୍ତି ଲୋକମାନେ । ବିଭିନ୍ନ ପ୍ରକାର ଘରକରଣା ଜିନିଷ ଆଉ ଭିନ୍ନ୍ ସ୍ୱାଦ ର ଖାଦ୍ୟ ପ୍ରସ୍ତୁତ କରି ରଖୁଛନ୍ତି ବ୍ୟବସାୟୀ । ସୁରକ୍ଷା କୁ ନେଇ ମଧ୍ୟ ପୋଲିସ ବ୍ୟାପକ ବ୍ୟବସ୍ଥା କରିଥିବା ବେଳେ ବାଲିଯାତ୍ରା କୁ ସରସ ସୁନ୍ଦର କରିବାକୁ ଆୟୋଜକ ମାନେ କରିଚାଲିଛନ୍ତି ବେଶ୍ ଉଦ୍ୟମ ।