ଶ୍ରାବଣ ମାସରେ ଶୁଭୁନି କାଉଡିଆଙ୍କ ବୋଲବମ ଡାକ

(ଅଜିତ ସାହୁ /ଜଳେଶ୍ୱର): ଆଜି ହେଉଛି ଶ୍ରାବଣ ମାସ ଦ୍ୱିତୀୟ ସୋମବାର। ଆଜିର ଦିନରେ ପ୍ରତ୍ୟେକ ଶୈବ ପୀଠରେ ଜଳାଭିଷେକ ହୋଇଥାଏ। ଏଥିପାଇଁ କାଉଡ଼ିଆଙ୍କ ବେଶ ଭିଡ଼ ଜମିଥାଏ। ତେବେ ଚଳିତ ବର୍ଷ କୋଭିଡ କଟକଣା ପାଇଁ ଦେଖିବାକୁ ମିଳୁନି କାଉଡ଼ିଆଙ୍କର ପାଣି ଭାର, କି ଶୁଣିବାକୁ ମିଳୁନାହିଁ ବୋଲବମ ଶବ୍ଦ। ଏନେଇ ଚନ୍ଦନେଶ୍ୱର ଶୈବ ପୀଠରୁ ଆମ ଜଳେଶ୍ୱର ପ୍ରତିନିଧିଙ୍କର ସ୍ୱତନ୍ତ୍ର ରିପୋର୍ଟ। ଏବେ କିଭଳି ରହିଛି ସେଠାକାର ସ୍ଥିତି, କିମ୍ବଦନ୍ତୀ କହେ ଏହି ମନ୍ଦିର ହେଉଛି ଚାରିଶହ ବର୍ଷରୁ ଉର୍ଦ୍ଧ୍ଵ।ବାବା ଚନ୍ଦନେଶ୍ୱର ମହାଦେବଙ୍କର ଜାଗର ଯାତ୍ର, ଚଡକ ମେଳା ସହିତ ଶ୍ରାବଣ ମାସର ଜଳାଭିଷେକ ପର୍ବ ହେଉଛି ଅନ୍ୟତମ। ଆଜିର ଦିନରେ ଓଡିଶା ସମେତ , ପଡୋଶୀ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ରାଜ୍ୟରୁ ହଜାର ହଜାର ସଂଖାର ଭକ୍ତ,ଶ୍ରଦ୍ଧାଳୁ ଜଳ ଭାର ନେଇ ଆସି ଦେବ ଦେଵ ମହାଦେବଙ୍କ ନିକଟରେ ଜଳାଭିଷେକ କରି,ନିଜର ଓ ପରିବାରର ମଙ୍ଗଳ କାମନା କରିଥାନ୍ତି। ଆଜିର ଦିନରେ ଜଳା ଭିଷେକ କରି ମାନସିକ କଲେ ସମସ୍ତ ମନ ବାଞ୍ଚା ପୂରଣ ସହିତ ସମସ୍ତ ଦୁରାରୋଗ୍ୟରୁ ନିଶ୍ଚିତ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ଆଜିର ଦିନରେ କାଉଡ଼ିଆ,ଭକ୍ତ, ଶ୍ରଦ୍ଧାଳୁଙ୍କ ଭିଡରେ ମନ୍ଦିର ପରିଶର ପ୍ରବଳ ଜନାଗମ ସାଙ୍ଗକୁ ଘୋ ଘୋ ଶବ୍ଦ ରେ ମନ୍ଦିର ପରିଷର , ଦୋକାନ, ବଜାର ପ୍ରକମ୍ପିତ ହୋଇଥାଏ।
ତେବେ ଚଳିତ ବର୍ଷ କୋଭିଡ କଟକଣା ପାଇଁ , ରାଜ୍ୟ ସରକାର, ଜିଲ୍ଲା ପ୍ରଶ୍ଵାଶନର ନିସ୍ପତି କ୍ରମେ ମନ୍ଦିର ଟ୍ରଷ୍ଟ ବାର୍ଡ଼ ପକ୍ଷରୁ ଚଡକ ପର୍ବ, ଶ୍ରାବଣ ମାସର ପାଣି ଅଭିଷେକ ପର୍ବକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହିତ ଦିଅ ଦର୍ଶନ ଓ ମନ୍ଦିର ଭିତରକୁ ପ୍ରବେଶ ନିଷେଧ କରାଯାଇଛି। କେବଳ ନିର୍ଦିଷ୍ଟ କିଛି ସେବକଙ୍କୁ ସାମାଜିକ ଦୂରତା ବଜାଇ ରଖି ସକାଲର ଝୁଣା, ଧୂପ,ନୀତିକ୍ରାନ୍ତି ସହିତ ଜଳାଭିଷେକ ପର୍ବକୁ ପାରମ୍ପରିକ ଢଙ୍ଗରେ ପାଳନ କରାଯାଉଛି। ଯାହା ପାଇଁ ମନ୍ଦିର,ଦୋକାନ ବଜାର , ସବୁଠି କେବଳ ଖାଁ,ଖାଁ ଦେଖା ଯାଉଛି। ଅନ୍ୟ ପଟେ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଜଳାଭିଷେକ ଉତ୍ସବରୁ ବଂଚିତ ହୋଇ ଦୁଃଖ ପ୍ରକାଶ କରୁଥିବା ବେଳେ , କୋରୋନା କଟକଣାରୁ ସାରା ବିଶ୍ୱକୁ ଉଦ୍ଧାର କରି ଜଗତକୁ ଉଦ୍ଧାର ପାଇଁ ବାବା ଚଦନେଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି।