ଗରିବ ହିିତାଧିକାରୀଙ୍କୁ ରାସନ କାର୍ଡ଼ ବଣ୍ଟନ

(ଦୀପକ କୁମାର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ମହିଶରା ପଞ୍ଚାୟତରେ ଗରିବ ହିତାଧିକାରୀଙ୍କୁ ରାସନ କାର୍ଡ଼ ବଣ୍ଟନ କରାଯାଇଛି । ମୋଟ ୬୬୮ ହିତାଧିକାରୀଙ୍କୁ ରାସନ୍ କାର୍ଡ଼ ବଣ୍ଟନ କରାଯାଇଛି । ତା ସହ ୨୦୪ ଟି ଭତ୍ତା କାର୍ଡ଼ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତ ରାଏ ପ୍ରଦାନ କରିଥିଲେ । କାର୍ଡ଼ ପାଇଁ ହିତାଧିକାରୀ ମାନେ ଖୁସି ପ୍ରକାଶ କରିଥିଲେ । ଆଗାମୀ ଦିନରେ ଅନ୍ୟ ହିତାଧିକରୀଙ୍କୁ କାର୍ଡ଼ ବଣ୍ଟନ କରାଯିବ ।

ଏନେଇ ବ୍ଲକ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ସଭାରେ ହିତାଧିକାରୀଙ୍କୁ କାର୍ଡ଼ ଦ୍ୱାରା କିପରି ଉପକୃତ ହେବେ ଆଲୋଚନା କରାଯାଇଥିଲା । ଊକ୍ତ ସଭାରେ ବିଧାୟକଙ୍କ ସମତେ ପଞ୍ଚାୟତ ମସିତିି ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାଏ,୧୭ ନଂ ଜୋନ୍ ର ଜିଲ୍ଲାପରିଷଦ ସଭ୍ୟ ନୀରଞ୍ଜନ ରାଉତ,୧୫ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ମମତା ଦଣ୍ଡପାଟ ପ୍ରମୁଖ ଊପସ୍ଥିତ ଥିଲେ । ବ୍ଲକ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାସ ସଭାକାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ ।