(ସୌମ୍ୟ ରଂଜନ ସେଠୀ ) : ଉପକାରାଗାର ଜେଲରଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଲେ ଇଜଂନିୟରିଂ ଛାତ୍ରୀ । ଖବର ଅନୁସାରେ ଭଦ୍ରକ ଜିଲ୍ଲା କରଜିଂଆ ଜେଲରେ , ଜେଲର ଥିବା ଚିନ୍ମୟ ପାତ୍ର ତାଙ୍କୁ ଫସବୁକରେ ପ୍ରେମକଲେ ଓ ପରେ ବିବାହ କରି ମାନଶିକ ଓ ଶାରୀରିକ ନିର୍ଯ୍ୟତନା ସହ ବ୍ଲକମେଲିଂ କରୁଛନ୍ତି ।
ଯୁବତୀଙ୍କ କହିବା ଅନୁଯାୟୀ ସେତେବେଳେ ସେ ଏକ ଘରୋଇ ଇଂଜିନିୟରିଂ କଲେଜରେ ପାଠ ପଢୁଥିଲେ । ଫେସବୁକରେ ପ୍ରେମ ହେବା ପରେ ୨୦୧୭ ଫେବୃଆରୀ ୩ରେ ଦୁହେଁ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ ଚିନ୍ମୟ ତାଙ୍କୁ କରଂଜିଆ ଜେଲ୍ ପରିସର କ୍ୱାର୍ଟରରେ ୨ ମାସ ରଖି ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ଓ କୌଶଳକ୍ରମେ ଅନ୍ତରଙ୍ଗ କ୍ଷଣର ଫଟୋ ଭିଡିଓ ଉତ୍ତୋଳନ କରିଥିଲେ କିନ୍ତୁ ପରେ ଚିନ୍ମୟ ବିବାହିତ ଥିବା କଥା ଯୁବତୀ ଜାଣିବାକୁ ପାଇଥିଲେ । ଏହାସହ ଚିନ୍ମୟଙ୍କର ଦୁଇଟି ପିଲା ଥିବା କଥା ମଧ୍ୟ ଜାଣିବାକୁ ପାଇଥିଲେ ଯୁବତୀ । ବିବାହିତ ବୋଲି ଜାଣିବା ପରେ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିଲେ ଜେଲର ସାହେବ । ପ୍ରତାରଣା ଏବଂ ନିର୍ୟ୍ୟାତନା ପରେ ଯୁବତୀଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ପରେ ଭଦ୍ରକ ଟାଉନ ଥାନା ପୋଲିସ୍ ଦଫା ୪୯୮, ୪୯୪, ୪୯୫, ୪୦୬, ୪୧୭, ୫୦୬ ଆଧାରରେ ଚିନ୍ମୟଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।