ଭୁବନେଶ୍ୱର : ଭିସି ଜରିଆରେ ବିଧାୟକ ମାନେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ବିଜେପିର ଜୋରଦାର ବିରୋଧ । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବର୍ଷିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ବିଧାନସଭାକୁ ମୁଖ୍ୟମନ୍ତ୍ରୀଙ୍କ ଡର କାହିଁକି ବୋଲି ପ୍ରଶ୍ନ କଲେ ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀ ବିଦେଶ କୁ ଯାଉଛନ୍ତି ବାହାରେ ବୁଲୁଛନ୍ତି କିନ୍ତୁ ବିଧାନସଭାକୁ କାହିଁକି ଆସିବେ ନାହିଁ । ଓଡ଼ିଆ ଲୋକଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଏତେ ଘୃଣା କାହିଁକି ବୋଲି ପ୍ରଶ୍ନ କଲେ ଜୟ ନାରାୟଣ । ବିଧାନସଭା ସରକାରଙ୍କ ଗୋଡ଼ାଣିଆ ହୋଇ ଯାଉଛି । ମୁଖ୍ୟମନ୍ତ୍ରୀଙ୍କୁ ସୁହାଇବା ଭଳି ନିଷ୍ପତ୍ତି ନିଆଯାଉଛି । ଯାହା ଦୁଃଖ ଦାୟକ ।
ଆସନ୍ତା କାଲି ଦିନ 11 ଟା ବେଳେ ବସିବ ବିଜେପିର ବିଧାୟକ ଦଳ ବୈଠକ । ବିଧାନସଭାରେ ଚାଷୀ,ଆଇନଶୃଙ୍ଖଳା ଓ ଆର୍ଚ୍ଚନା ଭଳି ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିବା ପାଇଁ ଆସନ୍ତା କାଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯିବ ।