ପିପିଲି / ଜୟନ୍ତ କୁମାର ସେଠି : ମନ ମୋହୁଛି ଜାଗୃତି ମହୋତ୍ସବ । ଓଡିଶୀ,ସମ୍ବଲପୁରୀ, ଲୋକ କଳା ନୃତ୍ୟ ରେ କମ୍ପୁଛି ସଙ୍କଟ ମୋଚନ ମଇଦାନ । ତିନି ଦିନିଆ ଏହି ମହୋତ୍ସବର ପ୍ରଥମ ଦିବସରେ ପୁରୀ ସାଂସଦ ଓ ସ୍ଥାନୀୟ ବିଧାୟକ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ଦ୍ବିତୀୟ ସନ୍ଧ୍ୟାରେ ଦିଗ ପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଓ ପିପିଲି ର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଅତିଥି ଭାବରେ ଯୋଗ ଦେଇଥିଲେ । ଜାଗୃତି ମହୋତ୍ସବ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବହୁ ସିନେ ତାରକା ଯୋଗ ଦେଇ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ । ଭାରତୀୟ ନବ ବର୍ଷ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଓଡିଶୀ, ସମ୍ବଲପୁରୀ, ଝୁମର, କାଞ୍ଚି ବିଜୟ, ରାଜସ୍ଥାନି, ମହାଭାରତ, ପାଇକ ଆଖଡା, ଧୁଡୁକି, ନୃତ୍ୟ କୁ ନାମିଦାମୀ କଳାକାର ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ ଦର୍ଶକ ଙ୍କୁ ବିମୋହିତ କରିଥିଲା। ଏହାଛଡା ମଞ୍ଚରେ କଣ୍ଠଶିଳ୍ପୀ ବସନ୍ତ ପାତ୍ର, ଶଶାଙ୍କ ଶେଖର ସରୋଜ ଜେନା, ଅନୁରାଗ ଦାଶ ଉପସ୍ଥିତ ରହି ଦର୍ଶକ ଙ୍କୁ ସୁମଧୁର ଗୀତ ଦ୍ଵାରା ଉତ୍ସାହିତ କରିଥିଲେ। ଏହାଛଡ଼ା ସିନେ ତାରକା ଚନ୍ଦନ, ଦୀପା ମିଶ୍ର, ଏନଜୋଲା ମିଶ୍ର ପ୍ରମୁଖ ଏହି ମହୋତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ବୈଜନ୍ତ ସାହୁ ଙ୍କ ଦ୍ଵାରା ୧୦ ଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଆଜି ଜାଗୃତି ମହୋତ୍ସବ ର ଉଦଯାପିତ ଦିବସରେ ମୁଖ୍ୟ ଆକର୍ଷଣ ପାଲଟିବେ ଚଳଚିତ୍ର ଅଭିନେତା ବୁଦ୍ଧାଦିତ୍ୟ ।