କଟକ: କଟକରେ ଠାବ ହେଲା ନକଲି ୱାସିଂ ପାଉଡର କମ୍ପାନୀ । ଜଗତପୁର ଅଞ୍ଚଳରେ ଏହି କମ୍ପାନୀ ଠାବ ହୋଇଛି । ମିଳିତ ଜଢାଉ କରିଥିଲା ଜଗତପୁର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ । ଜଗତପୁର ଶିଳ୍ପାଞ୍ଚଳରେ ଚାଲୁଥିଲା ନକଲି କାରଖାନା ଜଗତପୁର ଅଣ୍ଢେଇ ସାହିରେ ଠାବ ହୋଇଛି ଏହି ନକଲି କାରଖାନା ।
ସୂଚନା ଅନୁଯାୟୀ , କଟକ ଜଗତପୁର ଅଞ୍ଚଳରୁ ପୁଣି ଠାବ ହେଲା ନକଲି ୱାସିଂ ପାଉଡର କାରଖାନା । କଟକ ସ୍ପେଶଲ ସ୍କ୍ୱାଡ ଓ ଜଗତପୁର ଥାନା ପୋଲିସ ପକ୍ଷରୁ ଚଢାଉ ବୋଲି ଏହି କାରଖାନା ଠାବ ହୋଇଛି । ବ୍ୟାପକ ନକଲି ୱାସିଂ ପାଉଡର ଜବତ ହୋଇଥିôବା ଜଣାପଡିଛି । ପୋଲିସ ସେହି କାରଖାନାକୁ ସିଲ କରି ଚଢାଉ ଜାରି ରଖିଛି ।
କାରଖାନାରେ ବ୍ୟବହୃତ ମେସିନ, ନକଲି ୱାସିଂ ପାଉଡର ଜରି , ଲେବଲ ଷ୍ଟିକର ସବୁ ଜବତ କରିଛି । ଅପମିଶ୍ରଣ ସହ ବ୍ରାଣ୍ଡେଡ କମ୍ପାନୀ ନାଁରେ ତିଆରି କରି ବତକୁଥିଲେ ନକଲି ୱାସିଂ ପାଉଡର ।