(ଦିଲିପ ସାହୁ) : ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ହୀନତାର ଫଳ ଭୋଗିବାକୁ ପଡ଼ିଛି ଛାତ୍ରଛାତ୍ରୀଙ୍କୁ । ଯାହାପାଇଁ ଆଜି ଅନୁୂଷ୍ଠିତ ଏନଆରଟିଏସ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଛଅ ଜଣ ଛାତ୍ରଛାତ୍ରୀ । ଏହାରି ପ୍ରତିବାଦ ବିଦ୍ୟାର୍ଥୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ବିଦ୍ୟାଳୟରେ ତାଲାପକାଇ ଧାରଣା ଦେଇଛନ୍ତି । ଏଭଳି ଘଟଣା ଘଟଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଭିତରଅନ୍ଧାରୀ ଶାରଳା ହାଇସ୍କୁଲରେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚ୍ଚୀତାନନ୍ଦ ମହାପାତ୍ର ଛଅ ଜଣ ପିଲାଠାରୁ ଶହେ ଟଙ୍କା ଲେଖାଏଁ ଓ ଏନଆରଟିଏସ ଫର୍ମ ନେଇ ଅନଲାଇନରେ ଫର୍ମଫିଲପ କରିନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ୪ଜଣ ପୁଅ ଓ ଦୁଇ ଜଣ ଝିଅ ଏନଆରଟିଏସ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଏହାରି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇବା ସହ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦବି କରିଛନ୍ତି । ପ୍ରଧାନ ଶିକ୍ଷକ ସ୍କୁଲ ଆସିନଥିବା ବେଳେ ଅନ୍ୟ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟରେ ତାଲା ପକାଇ ଅଟଳାଇ ରଖିଛନ୍ତି ସାଧାରଣ ଲୋକେ । ବୃତ୍ତୀପାଇଁ ପଞ୍ଚମ ଓ ସପ୍ତମ ଶ୍ରେଣୀର ପିଲାମାନେ ଦକ୍ଷତାର ସହ ଏନ୍ଆରଟିଏସ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ଏପରି ଦାୟିତ୍ୱ ହୀନତା ପାଇଁ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଖରାପ ହୋଇଗଲା ବୋଲି ଅଭିଭାବକ ଓ ବିଦ୍ୟାର୍ଥୀ ଅଭିଯୋଗ କରିଛନ୍ତି । ତେଣୁ ସେମାନଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ।
.