ସୁବର୍ଣ୍ଣପୁର : ସୋନପୁର ରାମେଶ୍ୱରଠାରେ ଚାଲିଥିବା ଜଗନ୍ନାଥ ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟା। ଅନ୍ତିମ ସନ୍ଧ୍ୟାରେ ମହୋତ୍ସବ କ୍ଷେତ୍ର ଜନସମୁଦ୍ର ପାଲଟିଥିଲା। ଶ୍ରୀ ଜୀଉଙ୍କ ୩୨ବେଶ, ପଞ୍ଚଦିବସୀୟ ଶ୍ରୀବିଷ୍ଣୁ ମହାଯଜ୍ଞ, ଶ୍ରୀବିଷ୍ଣୁ ପୂଜନ, ଶ୍ରୀବିଷ୍ଣୁ ସହସ୍ରନାମ ପଠନ ଭଳି ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସୁନ୍ଦର ଭାବେ ସମ୍ପନ୍ନ ହୋଇଛି । ସନ୍ଧ୍ୟା ଆଳତୀ, ଭଜନ ପରିବେଷଣ ଓ ଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା। ଆଳତୀ ଓ କଥାମୃତ ଭକ୍ତଙ୍କୁ ବିମୋହିତ କରିଥିଲା। ସାଧୁସନ୍ଥଙ୍କ ସମାଗମ ମହୋତ୍ସବରେ ଏକ ଅନନ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ରାମେଶ୍ବର ମନ୍ଦିର ଗୁଞ୍ଜ ଘରେ ଚବିଶ ପ୍ରହରୀ ନାମଯଜ୍ଞ ଜାରି ରହିଛି। ମହୋତ୍ସବ ପରିସରରେ ପୁରୀରୁ ଆସିଥିବା ମହାସୁଆରଙ୍କ ପ୍ରସ୍ତୁତ ଖଜା, ମହାପ୍ରସାଦ ଅଭଡା ଓ ଟଙ୍କ ତୋରାଣି ମିଳୁଛି। ଭୋଗ ଷ୍ଟଲ ଆଗରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି । ପୁରୀ ଗୌରୀଗୋପାଳ ସେବାଶ୍ରମର ସଚ୍ଚିଦାନନ୍ଦ ମହାପାତ୍ର ଜଗନ୍ନାଥଙ୍କ ଦୁର୍ଲଭ ୩୨ ବେଶର ମୁଖ୍ୟ ପରିଚାଳକ ଥିଲେ ।
ଅପରାହ୍ନରେ ଆଇଁତ୍ରାଣ ବାବାଙ୍କ ସ୍ପର୍ଶ ଚିକିତ୍ସା କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଳାପୀଠରେ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାପୀ ଏହି ଧାର୍ମୀକ କାର୍ଯ୍ୟକ୍ରମକୁ ଆନ୍ନ ଆସୁଥିବା ବଜାରରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ଆନନ୍ଦ ମଧ୍ୟାହ୍ନ ଓ ରାତିରେ ମାଗଣାରେ ରେ ପ୍ରସାଦ ଦିଆଯାଉଛି। ବେଶ ସମ୍ମୁଖରେ ପ୍ରତ୍ଯହ ୩୨ଯୋଡି ଦମ୍ପତି ସଂକଳ୍ପରେ ସଂକଳ୍ପରେ ବସି ବଂଶୀଧର ସ୍ଥାବଧାନରେ ବ୍ରହ୍ମପୂଜନ ସହ ବିଷ୍ଣୁସହସ୍ର ନାମଜପ ଓ ଦିବ୍ୟ ଆଳତୀ ପ୍ରଦାନ କରୁ କରୁଛନ୍ତି। ମୁଖ୍ୟ ମାର୍ଗଦର୍ଶକ ମହନ୍ତ ଶ୍ରୀ ବଂଶ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧ ମୁଖ୍ୟ ଆଚାର୍ଯ୍ୟ ରାଜୀବ ଲୋଚନ ପଣ୍ଡା ଓ ରାଧେଶ୍ୟାମ ପୁରୋହିତଙ୍କ ନେତୃତ୍ବରେ ଶତାଧିକ ପଣ୍ଡିତ ଯଜ୍ଞ ଓ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଘୃତଯଜ୍ଞ, ଆଚାର୍ଯ୍ୟଙ୍କ ମନ୍ତ୍ର ଉଚ୍ଚାରଣ ଓ ଜୟ ଜଗନ୍ନାଥ ଧ୍ୱନିରେ ପରିବେଶ ପ୍ରକମ୍ପିତ ହେଉଛି। ଜନସମାଗମକୁ ଦୃଷ୍ଟିରେ ରଖ୍ ମହୋତ୍ସବ ପରିସରରେ ମାରୱାଡି ଯୁବାମଞ୍ଚ ଓ ଟ୍ରକ ମାଲିକ ସଂଘ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା କରା ଯାଇଥିଲା।