ମମତାଙ୍କ ପୂଜା ପାଇଁ ପୁରୀରୁ ଗଲେ ଜଗନ୍ନାଥ

ଗୋପ(ଜୟନ୍ତ କୁମାର ସେଠୀ): ନିର୍ବାଚନ ଜିତିବା ପରେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଲକ୍ଷ୍ମୀ ନୃସିଂହ ପୂଜା କରାଇଛନ୍ତି । ଏହି ପୂଜା ପାଇଁ ଶ୍ରୀକ୍ଷେତ୍ର ପୁରୀରୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କଲିକତା ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ପୂଜା କରିଛନ୍ତି । ତାଙ୍କ ସହିତ ପୁରୀରୁ ଅନ୍ୟ ୨୦ ଜଣ ବ୍ରାହ୍ମଣ ମଧ୍ୟ ସେଠାକୁ ଯାଇ ଏହି ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ। ତେବେ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମଧ୍ୟ ମମତା ପୂଜା କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ସୁଶାସନ ପାଇଁ ସେ ଏହି ସ୍ୱତନ୍ତ୍ର ପୂଜା କରାଇଛନ୍ତି । ଏଥିସହିତ କୋଭିଡ ମହାମାରୀ ଦୂର ହେଲେ ସେ ଆଉ ଏକ ପୂଜା କରିବେ ବୋଲି ଜଣାପଡିଛି।