୨୩ରୁ ଜଗା ଦର୍ଶନ ଆରମ୍ଭ

ଗୋପ/ଜୟନ୍ତ କୁମାର ସେଠୀ: ପୁରୀ ପୋୖରାଞ୍ଚଳ ବାସିନ୍ଦାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଓ୍ୱାର୍ଡ଼ ଓ୍ୱାରୀ ଦର୍ଶନ ଗତକାଲି ଠାରୁ ଶେଷ ଦିନ ହୋଇଛି। ଶନିବାର, ରବିବାର ଶ୍ରୀମନ୍ଦିର ବାହାର ଓ ଭିତର ସାନିଟାଇଜ ହେବାକୁ ଥିବାରୁ ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ ରହିଚି ।୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଏଥିପାଇଁ ପ୍ରଶାସନିକ ସ୍ତରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ବ୍ୟବସ୍ଥା କରାଯାଉଛି। ଦର୍ଶନାର୍ଥୀ ମାନେ କୋଭିଡ କଟକଣା ପାଳନ କରିବା ସହ ଆରଟିପିସିଆର କୋଭିଡ ନେଗେଟିଭ ରିପୋର୍ଟ କିମ୍ବା ଟିକାକରଣର ଡବଲ ଡୋଜ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର କୁ ଯାଇପାରିବେ। ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ନେଇ ଶ୍ରୀମନ୍ଦିର କାର୍ୟ୍ୟାଳୟ ସମ୍ମୁଖରେ ଭକ୍ତଙ୍କ ପାଇଁ ବାରିକେଡ ପ୍ରସ୍ତୁତ ହୋଇଛି। ଜନସମାଗମକୁ ନଜରରେ ରଖି ବେଳାଭୂମି ଓ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ବୋଲି ଏସପି କହିଛନ୍ତି। ଅନ୍ୟପଟେ ପୋଲିସ ପକ୍ଷରୁ କ୍ୟୁ ଆର କୋଡ଼ ମାଧ୍ୟମରେ ଫିଡ଼ ବ୍ୟାକ ନେବା ପାଇଁ ବ୍ୟବସ୍ଥା କରାଯିବ। ଦର୍ଶନାର୍ଥୀ ମାନେ କିଭଳି ଦର୍ଶନ କଲେ , କଣ ଅସୁବିଧା ହେଲା ଓ କଣ ଭଲ ବ୍ୟବସ୍ଥା ହୋଇ ପାରିବ ସେ ନେଇ ଏହି ବ୍ୟବସ୍ଥା ରେ ଫିଡ଼ ବ୍ୟାକ ନିଆଯିବ। ଯାହା ସବୁ ତ୍ରୁଟି ରହିଛି ତାହା ସୁଧାରିବାକୁ ପ୍ରଶାସନ ପ୍ରୟାସ କରିବ ବୋଲି ପୁରୀ ଏସପି କହିଛନ୍ତି।