IT ସଚିବଙ୍କ ମହାନତା : ଯନ୍ତ୍ରଣାରେ ଛଟପଟ ହେଉଥିବା ବୁଲା କୁକୁରର ଚିକିତ୍ସା କରାଇଲେ IT ସଚିବ

ଭୁବନେଶ୍ୱର : ଆଜିକା ଦିନରେ ଆପଣାର ପର ସଜଉଥିବା ବେଳେ ମହାନତା ଦେଖାଇଛନ୍ତି IT ସଚିବ ମନୋଜ ମିଶ୍ର | କୁକୁରର ଯନ୍ତ୍ରଣାକୁ ବୁଝି କରାଇଲେ ଚିକିତ୍ସା | ଗତକାଲି ଠାରୁ ଏକ ବୁଲା କୁକୁର ଗୋଡ଼ ଭାଙ୍ଗି ଆଘାତ ପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟର ଫକୀର ମୋହନ ଛାତ୍ରବାସ ନିକଟରେ ପଢି ରହିଥିଲା | ଛାତ୍ର ମାନେ ଖାଇବକୁ ଦେଲେ ବି ନ ଖାଇ ଆଖିରୁ ଲୁହ ଗଡା଼ଉଥିଲା | ଏ ସମୟରେ ଦେବବ୍ରତ ସାହୁ ନାମକ ଛାତ୍ର ଟ୍ୱିଟ ଯୋଗେ ଏ ସମସ୍ୟାକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ |

ହଟାତ ଏ ଟ୍ୱିଟଟି IT ସଚିବ ମନୋଜ ମିଶ୍ରଙ୍କ ନଜରରେ ଆସିଥିଲା | କୁକୁର ଓ ବୁଲା ଜୀବ ଜନ୍ତୁଙ୍କ ପ୍ରତି ଶ୍ରୀ ମିଶ୍ରଙ୍କ ଦୁର୍ବଳତା ଓ ସହାନୁଭୂତି ସର୍ବଦା ରହିଛି, ତେଣୁ ସେ ତୁରନ୍ତ ବିଭାଗୀୟ ଟିମକୁ ପଠାଇ କୁକୁର ଉଦ୍ଧାର କରି ଚିକିତ୍ସା ପାଇଁ ପଠେଇଲେ | IT ସଚିବଙ୍କ ଏଭଳି ତୁରନ୍ତ ସାହାଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି |