DN Group ଉପରେ IT ଚଢାଉ। ରାଜ୍ୟ ଓ ରାଜ୍ୟ ବାହାରୁ ୨୭ରୁ ଉର୍ଦ୍ଧ ସ୍ଥାନରେ ଚଢାଉ

DN Group ର ମୁଖ୍ୟ କାର୍ଯ୍ୟାଳୟ, ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସମେତ କମ୍ପାନୀର ବରିଷ୍ଠ ଅଧିକାରୀ ଓ ନିକଟ ସର୍ମ୍ପକୀୟଙ୍କ ଘରେ ବି ରେଡ୍ କରାଯାଇଥିବା ସୂଚନା ମିଳିଛି

ଭୁବନେଶ୍ୱର : DN Group ଉପରେ IT ଚଢାଉ। ରାଜ୍ୟ ଓ ରାଜ୍ୟ ବାହାରୁ ୨୭ରୁ ଉର୍ଦ୍ଧ ସ୍ଥାନରେ ଚଢାଉ ହଉଥିବା ନେଇ ମିଳିଛି ସୂଚନା। କେବଳ ରାଜଧାନୀରେ ୭ଟି ସ୍ଥାନରେ ହୋଇଛି ଚଢ଼ାଉ | ନୟାପଲ୍ଲୀ ସ୍ଥିତ DN Groupର ମୁଖ୍ୟ କାର୍ଯ୍ୟାଳୟ, ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସମେତ କମ୍ପାନୀର ବରିଷ୍ଠ ଅଧିକାରୀ ଓ ନିକଟ ସର୍ମ୍ପକୀୟଙ୍କ ଘରେ ବି ରେଡ୍ କରାଯାଇଥିବା ସୂଚନା ମିଳିଛି । ଆଇଟି ବିଭାଗର ୭ ଜଣିଆ ସଦସ୍ୟ ଏଥିରେ ଉପସ୍ଥିତ ଅଛନ୍ତି।ଟିକସ ଫାଙ୍କିବା ଅଭିଯୋଗରେ ଏହି ରେଡ୍‌ କରାଯାଇଛି।

ଏହି ବ୍ୟବସାୟିକ ପ୍ରତିଷ୍ଠାନର ରାଜ୍ୟ ତଥା ରାଜ୍ୟ ବାହାରେ ବ୍ୟବସାୟ ରହିଥିବା ସୂଚନା ମିଳିଛି। ଏହି ସଂସ୍ଥା ନିଜର କନଷ୍ଟ୍ରସନ୍ ସହ ଅନ୍ୟ ବ୍ୟବସାୟରେ କୋଟି କୋଟି ଟଙ୍କା ଲଗାଇଥିବା ଜଣାପଡ଼ିଛି। ୨୦ ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଇନ୍‌କମ୍‌ ଟ୍ୟାକ୍ସର ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବା ସହ ମାସକୁ କେତେ ଟ୍ରନ୍ ଓଭର ହେଉଛି, ସେହି ଅନୁସାରେ ଇନ୍‌କମ୍‌ ଟ୍ୟାକ୍ସ ଦେଉଛନ୍ତି ତାର ମଧ୍ୟ ଯାଞ୍ଚ କରୁଛନ୍ତି।