ବଲାଙ୍ଗୀର : ମଦ ବ୍ୟବସାୟୀ ବିଭିନ୍ନ ଠିକଣାରୁ ଜବତ ଟଙ୍କାର ଗଣତି ସରୁନି । ଆଜି ବି ଜାରି ରହିଛି ଗଣତି । ବଲାଙ୍ଗୀରରେ ଏବେ ଟଙ୍କା ଗଣତି ଚାଲିଛି । ଜବତ ହୋଇଥିବା ଟଙ୍କା ପାଇଁ ବହୁ ସଂଖ୍ୟାରେ ଅଧିକାରୀ ଓ ମେସିନ ନିୟୋଜିତ କରାଯାଇଛି । ଏଥି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଟିଟିଲାଗଡ ଏସବିଆଇ ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ ହୋଇଛି । ଗଣତି ମଧ୍ୟରେ ୫୦୦, ୨୦୦,୧୦୦ ଟଙ୍କିଆ ନୋଟ ରହିଥିବାବେଳେ ମୋଟ ୧୧କୋଟି ଟଙ୍କା ମିଲିଛି । ଆସନ୍ତା କାଲି ସୁଦ୍ଧା ଗଣତି ଶେଷ ହୋବ ନେଇ ଆଶା କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସବିଆଇ ଉପ ମହାପ୍ରବନ୍ଧକ ।
ଏପଟେ ଏତେ ପରିମାଣର ଟଙ୍କା ଜବତ ପରେ ବଲାଙ୍ଗୀରରେ ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ ସାମିଲ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ସୁଦପଡାରେ ଚଢ଼ାଉ କରିଥିଲା ଆୟକର ବିଭାଗ । ମଦଭାଟି ମ୍ୟାନେଜରଙ୍କ ଘରୁ ୧୯ ବ୍ୟାଗ ଟଙ୍କା ଜବତ ହୋଇଥିଲା । ଟଙ୍କା ଜବତକୁ କଡା ସୁରକ୍ଷା ଭିତରେ ଵଲାଙ୍ଗିରର SBI ବ୍ୟାଙ୍କର ମୁଖ୍ୟ ଶାଖାରେ ରଖାଯାଇ ଥିଲା । ପ୍ରଥମ ଦିନ ସୁଦପଡା ମଦଭାଟିରୁ ୧୫୬ ବସ୍ତା ଓ ଗତକାଲି ମଦଭାଟି ମ୍ୟାନେଜରଙ୍କ ଘରୁ ୨୦ ବ୍ୟାଗ ଟଙ୍କା ଜବତ କରିଥିଲା ଆୟକର ବିଭାଗ l ବର୍ତମାନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବଲାଙ୍ଗିର ମୁଖ୍ୟାଳୟରେ ୫୦ଟି ମେସିନରେ ଟଙ୍କା ଗଣତି ଚାଲିଥିବା ବେଳେ ନିୟୋଜିତ ଅଛନ୍ତି ୫୦ ଜଣ କର୍ମଚାରୀ । ଅନୁଗୁଳ ଓ ଭୁବନେଶ୍ୱରରୁ ଅଣାଯାଇଛି ଟଙ୍କା ଗଣିବା ମେସିନ ।