ଭୁବନେଶ୍ୱର : ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । । କହିଛନ୍ତି , ଆଜି ବୈଠକରେ ନିଶ୍ଚିତ ନିର୍ଯ୍ୟାସ ବାହାରିବ । ୨ ଦିନ ହେଲା ଠାକୁରଙ୍କ ନୀତିକାନ୍ତି ବନ୍ଦ କରିବା ଅତି ଦୁର୍ଭାଗ୍ୟଜନକ । ଯଦି ସେବାୟତ ନିଯୋଗଙ୍କ ସମସ୍ୟା ଅଛି ଆଲୋଚନା କରିବା ଆବଶ୍ୟକ । ଆଲୋଚନା ନକରି ମହାପ୍ରଭୁଙ୍କ ନୀତି ବନ୍ଦ କରିବା ଠିକ ନୁହେଁ । ତର୍ଜମା ପରେ ଆବଶ୍ୟକ ପଡିଲେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ।