ଗାଜା-: ଗାଜା ଉପରେ ପୁଣି ଇସ୍ରାଏଲର ଆକ୍ରମଣ । ଶରଣାର୍ଥୀ ସ୍ୱାସ୍ଥ୍ୟ ଶିବିର ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ଆକ୍ରମଣରେ ୨୬ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଏହି ଆକ୍ରମଣ ଗାଜା ହ୍ୟୁମାନିଟାରିଆନ୍ ଫାଉଣ୍ଡେସନ୍ (ଜିଏଚଏଫ) ଦ୍ୱାରା ପରିଚାଳିତ ଏକ ସହାୟତା ବଣ୍ଟନ କେନ୍ଦ୍ର ଉପରେ ହୋଇଥିଲା। ଉଦ୍ଧାରକାରୀ ଦଳ କହିଛନ୍ତି ଯେ ଗାଜାରେ ଏକ ସହାୟତା କେନ୍ଦ୍ର ନିକଟରେ ଇସ୍ରାଏଲୀ ଟ୍ୟାଙ୍କ ଗୁଳିମାଡ଼ କରିବାରୁ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଶତାଧିକ ପାଲେଷ୍ଟାଇନୀ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ ଗାଜାର ଦକ୍ଷିଣ ସହରରେ ଥିବା ସହାୟତା କେନ୍ଦ୍ର ନିକଟରେ ଇସ୍ରାଏଲୀ ସେନା ଗୁଳି ଚଳାଇଥିଲେ।