କେସିଙ୍ଗା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ମିଳିଲା ଆଇଏସ୍ଓ ମାନ୍ୟତା
କଳାହାଣ୍ଡି ଜିଲ୍ଲା କେସିଙ୍ଗାର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଆଇଏସ୍ଓ ମାନ୍ୟତା। କେବିକେ ଜିଲ୍ଲାର ପ୍ରଥମ ମାନ୍ୟତା
(କଳାହାଣ୍ଡି) : କଳାହାଣ୍ଡି ଜିଲ୍ଲା କେସିଙ୍ଗାର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଆଇଏସ୍ଓ ମାନ୍ୟତା। କେବିକେ ଜିଲ୍ଲାର ପ୍ରଥମ ମାନ୍ୟତା ଭାବରେ କେସିଙ୍ଗା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଇଣ୍ଟରନେସନାଲ ଷ୍ଟାଣ୍ଡାର୍ଡ ଅରଗାନାଇଜେସନ (ଆଇଓସି) ପକ୍ଷରୁ ପ୍ରମାଣପତ୍ର ମିଳିଥିବା ଜଣାପଡିଛି । କେବିକେ ଜିଲ୍ଲାର କେସିଙ୍ଗାକୁ ପ୍ରଥମ ଭାବରେ ଏହି ମାନ୍ୟତା ମିଳିଥିବାରୁ କେସିଙ୍ଗା ସହର ପାଇଁ ଏକ ଗର୍ବର ବିଷୟ ବୋଲି ମତପ୍ରକାଶ ପାଇଛି ।
ସୂଚନାନୁଯାୟୀ , ଏନ୍ଏସି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ୨୪ଘଣ୍ଟିଆ ରକ୍ଷଣାବେକ୍ଷଣ, ସ୍ଵଚ୍ଛତା ତଥା ନିରବଚ୍ଛିନ୍ନ ଭାବରେ ଜନସ୍ଵାସ୍ଥ୍ୟ ବିଭାଗ ତରଫରୁ ପାଣି ଯୋଗାଇ ଦିଆଯାଉଛି । ଯାହାକୁ ନେଇ କେବିକେ ଜିଲ୍ଲାର ପ୍ରଥମ ମାନ୍ୟତା ଭାବରେ କେସିଙ୍ଗା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଇଣ୍ଟରନେସନାଲ ଷ୍ଟାଣ୍ଡାର୍ଡ ଅରଗାନାଇଜେସନ (ଆଇଓସି) ପକ୍ଷରୁ ପ୍ରମାଣପତ୍ର ମିଳିଥିବା ଜଣାପଡିଛି । କେବିକେ ଜିଲ୍ଲାର କେସିଙ୍ଗାକୁ ପ୍ରଥମ ଭାବରେ ଏହି ମାନ୍ୟତା ମିଳିଥିବାରୁ କେସିଙ୍ଗା ସହର ପାଇଁ ଏକ ଗର୍ବର ବିଷୟ ବୋଲି ମତପ୍ରକାଶ ପାଇଛି ।