ଦକ୍ଷିଣ ଆଫ୍ରିକାରେ ଅଦିନିଆ ରଥଯାତ୍ରା କରିଛି ଇସ୍କନ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଅଦିନିଆ ରଥଯାତ୍ରା କରିଛି ଇସ୍କନ ।  ଗତ ୩ଦିନ ତଳେ ଦକ୍ଷିଣ ଆଫ୍ରିକାର ସାଣ୍ଡଟନ୍ ସହରରେ ରଥଯାତ୍ରା କରିଥିଲା ଇସ୍କନ । ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବସାଇ ରଥ ଟଣାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଭିଡିଓରେ ଚତୁର୍ଥ ବାର୍ଷିକ ରଥଯାତ୍ରା କରାଯାଇଥିବା ଉଲ୍ଲେଖ କରାଯାଇଛି । ସ୍ନାନପୂର୍ଣ୍ଣିମା ପୂର୍ବରୁ ବିଭିନ୍ନ ଦେଶରେ ରଥଯାତ୍ରା ଆୟୋଜନ କରୁଛି ଇସ୍କନ । ଏନେଇ ଇସ୍କନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଇସ୍କନ ବାରମ୍ବାର ଏଭଳି କରୁଥିବାରୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।