(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଅଗ୍ନିଶମ ସେବା ସଂସ୍ଥା (ଫାୟାର ସର୍ଭିସ୍)ର ଡିଜି ଓ ଗୃହରକ୍ଷୀ (ହୋମଗାର୍ଡ) ଓ ସିଭିଲ୍ ଡିଫେନସ୍ କମାଣ୍ଡଣ୍ଟ୍ ଭାବେ ଡ. ସତ୍ୟଜିତ୍ ମହାନ୍ତି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଆଇପିଏସ୍ ଡକ୍ଟର ସତ୍ୟଜିତ୍ ମହାନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଫିସର ଡକ୍ଟର ମହାନ୍ତି ଏବେ ଗୁଇନ୍ଦା ସଂସ୍ଥା ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି । ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏ ସେ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ତେବେ ଦାୟିତ୍ୱ ଗ୍ରହଣ ପରେ ସତ୍ୟଜିତ୍ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅଗ୍ନିଶମ ବିଭାଗ ଭାରତରେ ସୁନାମ ରହିଛି । ଏହି ଧାରା ଆଗକୁ ବଜାୟ ରଖିବି । ୧୫ ହଜାରରୁ ଅଧିକ ହୋମଗାର୍ଡ ରାଜ୍ୟରେ କାର୍ୟ୍ୟରତ ଅଛନ୍ତି । ତାଙ୍କର ଉନ୍ନତି ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି ।