ଇନଭେଷ୍ଟର୍ସ ମିଟ୍ ଆଣିଛି ବଡ଼ ସଫଳତା

ଭୁବନେଶ୍ୱର(ହର ପ୍ରସାଦ ବିଷୋଇ):-ଇନଭେଷ୍ଟର୍ସ ମିଟ୍ ଆଣିଛି ବଡ଼ ସଫଳତା । ଓଡ଼ିଶା ଆସିବେ ଏସିଆନ ଆମ୍ୱାସାଡର । ଇନଭେଷ୍ଟର୍ସ ମିଟ୍ ପରେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଏସିଆନ ଦେଶମାନେ ବେଶ୍ ଆଗ୍ରହୀ ଅଛନ୍ତି । ସୂଚନା ମୁତାବକ ୧୦ଟି ଏସିଆନ ଦେଶର ଆମ୍ୱାସାଡର ଓଡ଼ିଶା ଆସିବେ । ଅକ୍ଟୋବର ୨୬, ୨୭ ଓ ୨୮ ତାରିଖରେ ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ ସହ ସିଙ୍ଗାପୁର, ଭିଏତନାମର ଆମ୍ୱାସାଡାର ଭୁବନେଶ୍ୱର ଆସିବେ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା।