ହରିୟାଣା ନୁହରେ ଦୁଇ ଦିନ ଇଣ୍ଟରନେଟ୍ ସେବା ବନ୍ଦ

ହରିୟାଣା: ହରିୟାଣା ନୁହରେ ଦୁଇ ଦିନ ବନ୍ଦ ରହିବ ଇଣ୍ଟରନେଟ୍ ସେବା। ଆଜିଠାରୁ ଆସନ୍ତା ୨୮ ତାରିଖ ପର୍ୟ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ । ଏବଂ ଏସଏମଏସ ସେବା ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବିଶ୍ୱ ହୁନ୍ଦୁ ପରିଷଦ ବ୍ରିଜ ମଣ୍ଡଳ ଜଳ ଅଭିଷେକ ଯାତ୍ରା କାରଣରୁ ଏହି ସେବା ବନ୍ଦ ରହିବ। ଜଳାଭିଷେକ ଯାତ୍ରା ପାଇଁ ଅଗଷ୍ଟ ୧୩ରେ ପ୍ରଶାସନକୁ ଜଣାଇଥିଲା ବିଶ୍ୱ ହିନ୍ଦୁ ପରିଷଦ। କିନ୍ତୁ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହାକୁ ମନା କରି ଦେଇଥିଲା ପ୍ରଶାସନ। ପରେ ଜିଲ୍ଲା ଡେପୁଟି କମିଶନର ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖି ଏନେଇ ଅନୁମତି ଦେଇଥିଲେ। ତେବେ ଅଗଷ୍ଟ ୨୬ ରୁ ୨୮ ପର୍ୟ୍ୟନ୍ତ ଇଣ୍ଟରନେଟ ଓ ଏସଏମଏସ ସେବା ବନ୍ଦ ରଖିବାକୁ ସେ ନିର୍ଦ୍ଦେଶ ରହିଛି।