କୋଟି ଓଡିଆଙ୍କର ମଉଡମଣି ଭାବର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ

0

କୋଟି ଓଡିଆଙ୍କର ମଉଡମଣି ଭାବର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ । ସେସିଆଲ ମିଡିଆରେ ଶ୍ରୀଜଗନ୍ନାଥଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଇଛି । ଯେଉଁଠାରେ ଦେଖିବାକୁ ମିଳୁଛି ମହାପ୍ରଭୁଙ୍କୁ ଟ୍ରଲିରେ ବହୁଛନ୍ତି । ଏହି ଭିଡିଓଟି ଆସିବା ପରେ ଭକ୍ତଙ୍କ ମନରେ ଆଘାତ ହେଇଛି । ଆଜି ବୋଲି ନୁହେଁ ଆମେ ଆଗରୁ ବି ଦେଖିଛୁ ମହାପ୍ରଭୁଙ୍କୁ ଏପରି ଅନେକ ସମୟରେ ଅପମାନିତ କରାଯାଇଛି । କେବେ ପ୍ରଭୁଙ୍କୁ ଟେଣ୍ଟ କପଡାରେ ବନ୍ଧି ନିଆଯାଉଛି ତ କେବେ ପ୍ରଭୁଙ୍କୁ ମୋଟର ସାଇକେଲରେ ବୋହିକରି ନେଇଛନ୍ତି ।ତାହା ସମସ୍ତଙ୍କ ପାଇଁ ନିନ୍ଦନୀୟ । ଏହିପରି ଭାବରେ ସବୁବେଳେ ପ୍ରଭୁଙ୍କୁ ଅପମାନ କରାଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଟି କେଉଁ ଜାଗାର ଜଣା ନାହିଁ କିନ୍ତୁ ଭିଡିଓଟି ଏବେ ଖୁବ ଭାଇରାଲ ହୋଇଛି ।