ନୂଆ ଶ୍ରମ କୋଡ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତାତିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ଶ୍ରମ କୋଡ଼ ପ୍ରତ୍ୟହାର ଦାବିରେ ବନ୍ଦ ଡାକରା ଦେଇଛନ୍ତି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଦେଶବ୍ୟାପୀ ବନ୍ଦ ପାଳନ ହେବ । ବନ୍ଦ ପାଳନ ସମୟରେ ସାରାରାଜ୍ୟରେ ବସ୍, ଟ୍ରକ୍ ଏବଂ ଅନ୍ୟାନ୍ୟ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇପାରେ । ତେବେ ଆସନ୍ତାକାଲି ଭାରତ ବନ୍ଦ ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ ଜାରି ହୋଇଛି ନିର୍ଦ୍ଧେଶ ନାମା । ସକାଳ ୯.୩୦ ସୁଦ୍ଧା ଅଫିସ ଆସିବାକୁ ଦିଅ ଯାଇଛି ନିର୍ଦ୍ଧେଶ । ସକାଳ ୧୦.୧୫ ରେ ବନ୍ଦ ହେବ ସଚିବାଳୟ ଫାଟକ ।