କମାରଯୋଡା ଠାରେ ମା’ ତାରିଣୀଙ୍କ ନୂତନ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା

ଯୋଡା କମାରଯୋଡା ଠାରେ ମା’ ତାରିଣୀଙ୍କ ନୂତନ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା

ଯୋଡ଼ା (ରମେଶ ଚନ୍ଦ୍ର ମହାପାତ୍ର) : ଯୋଡା ପୌରପାଳିକା ଅନ୍ତର୍ଗତ କମାରଯୋଡା ଠାରେ ଶୁକ୍ରବାର ଦିନ ମା’ ତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ସ୍ଥାପନ କରାଯାଇଛି । ରୀତି ନୀତି ଅନୁଯାୟୀ ପୂଜା ଅର୍ଚ୍ଚନା ପରେ ମା’ଙ୍କର ଏହି ବିଗ୍ରହ ସ୍ଥାପନ କରାଯାଇଛି । ଏ ନେଇ ସମଗ୍ର କମାରଯୋଡା ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ଶହ ଶହ ସଂଖ୍ୟାରେ ଏହି ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇ ମା’ଙ୍କର କୃପା ଭିକ୍ଷା କରିଛନ୍ତି । ସୂଚନା ଯୋଗ୍ୟ, ୨୦୧୦ ମସିହା ଠାରୁ ଯୋଡା-ଜୁରୁଡି ରାଜ୍ୟ ରାଜପଥ କଡରେ କମାରଯୋଡା ଠାରେ ମା’ଙ୍କ ମନ୍ଦିର ସ୍ଥାପନା କରାଯାଇ ପୂଜା ଅର୍ଚ୍ଚନା କରାଯାଇଆସୁଥିଲା । ତେବେ ଏହାରି ଭିତରେ ରାଜପଥ ଉପରେ ଫ୍ଲାଏ ଓଭର ନିର୍ମାଣ ଏବଂ ରାଜପଥ ସମ୍ପ୍ରସାରଣ ଯୋଗୁଁ ମା’ଙ୍କ ମନ୍ଦିରକୁ ସେଠାରୁ ସ୍ଥାନାନ୍ତରିତ କରିବାକୁ ପଡିଥିଲା । ଫଳରେ ମା’ଙ୍କ ପୂଜାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ନୂତନ ମନ୍ଦିର ପ୍ରତିଷ୍ଠା ପରେ ମା’ଙ୍କ ପୂଜା ଯଥାବିଦ୍ଧି କରାଯାଇପାରିବ ବୋଲି କମାରଯୋଡା ମା’ ତାରିଣୀ ମନ୍ଦିର କମିଟିର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏହି ମନ୍ଦିର ନିର୍ମାଣ ନିମନ୍ତେ ଫ୍ଲାଏ ଓଭର ନିର୍ମାଣ ଠିକା ସଂସ୍ଥା ଚେଭରକ୍ସ, ଯୋଡା ଟ୍ରକ ମାଲିକ ସଂଘ, ବିଆରପିଏଲ, ଏମଆଇପିଏଲ୍, ସାହାରା, ଏନଇସିସି ପ୍ରମୁଖ ଠିକା ସଂସ୍ଥା ମନ୍ଦିର ନିର୍ମାଣ ନିମନ୍ତେ ଆର୍ଥôକ ସହାୟତା ଯୋଗାଇଦେଇଥିବା ଜଣାପଡିଛି । କମାରଯୋଡା ଗ୍ରାମବାସୀଙ୍କ ସହଯୋଗ କ୍ରମେ ଏହି ନୂତନ ମନ୍ଦିର ତିଆରି ହୋଇ ମା’ଙ୍କ ବିଗ୍ରହ ସ୍ଥାପନ କରାଯାଇଥିବା ସୂଚନା ମିଳିଛି ।