ଡିଆରଡିଓ ଗୁପ୍ତଚରୀର ମୁମ୍ବାଇ ଲିଙ୍କ ନେଇ ମିଳିଲା ସୂଚନା

ଭୁବନେଶ୍ୱର : ଡିଆରଡିଓରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ସନ୍ଦିଗ୍ଧ ମହିଳା ୪୦ ହଜାର ଟଙ୍କା ମାଗିଥିବା ନେଇ ସୂଚନା ମିଳିଛି । ମୁମ୍ବାଇରେ ଥିବା ଦୁଇ ଜଣ ଆକାଉଣ୍ଟକୁ ଟଙ୍କା ଜମା କରିବା ପାଇଁ ମହିଳା ଜଣକ ଅଭିଯୁକ୍ତଙ୍କୁ କହିଥିଲେ । ଟଙ୍କା ଜମା କରାଯାଇଥିବା ଦୁଇଜଣଙ୍କୁ ଚିହ୍ନଟ କରିଛି କ୍ରାଇମବ୍ରାଞ୍ଚ ।
ା ଏହି ଟଙ୍କାକୁ ଏପ୍ରିଲ ୧୮ ତାରିଖରେ ମହିଳାଙ୍କ ଆକାଉଣ୍ଟରେ ଜମା କରିଥିଲେ ଅଭିଯୁକ୍ତ । ଏବଂ ୧୯ ତାରିଖ ଦିନ ସଂପୃକ୍ତ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟଙ୍କା ରିଟର୍ଣ୍ଣ ହୋଇଥିଲା । ଏହି ଟଙ୍କା ଚାନ୍ଦିପୁର ଏସବିଆଇ ବ୍ରାଞ୍ଚରେ ଥିବା ଆକାଉଣ୍ଟକୁ ଆସିଥିଲା ଟଙ୍କା । ତେବେ ମହିଳା ଜଣକ କିଏ ସେ ନେଇ ଚାଲିଛି ଖୋଳତାଡ । କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ସଂଜୀବ ପଣ୍ଡାଙ୍କ ସୂଚନା ।