୫ ମହାବଳ ବାଘ ଓଡିଶା ଆସିବା ନେଇ ବନ ବିଭାଗର ସୂଚନା

ଭୁବନେଶ୍ବର: ଓଡିଶା ଆସିବେ ମହାବଳ । ଓଡିଶା ଅଭୟାରଣ୍ୟରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ତେଣୁ ବାହାର ରାଜ୍ୟରୁ ମହାବଳ ବାଘ ଆଣାଜିବ । ପରେ ତାଙ୍କୁ ରାଜ୍ୟର ୨ଟି ଅଭୟାରଣ୍ୟରେ ଛାଡିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ରହିଛି ।
ସୂଚନା ଅନୁଯାୟୀ, ରାଜ୍ୟ ସରକାର ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୫ଟି ମହାବଳ ବାଘ ଆଣିବାକୁ ଯୋଜନା କରିଛନ୍ତି। ସମ୍ବଲପୁର ଜିଲ୍ଲା ଡେବ୍ରିଗନ ଅଭୟାରଣ୍ୟ ପାଇଁ ୩ଟି ଓ ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଇଁ ୨ଟି ମହାବଳ ବାଘ ଆଣିବେ। ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ମହାବଳ ଆସିବା ନେଇ ସୂଚନା ରହିଛି ।