ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ପୁତୁଲାମହୁଲ ଗାଁରେ ପାରିବାରିକ କଳହକୁ କେନ୍ଦ୍ରକରି ବୀଭତ୍ସ ଭାବେ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ସ୍ବାମୀ ତେଜରାଜ ସାହୁ, ଦେଢ଼ଶୁର ଓ ଜଣେ ସମ୍ପର୍କୀୟଙ୍କୁ ପୋଲିସ ଗିରଫ କରିଛି ।
ଗତ ୧୬ ତାରିଖରେ ହତ୍ୟାକାଣ୍ଡ ଘଟିଥିଲା । ହତ୍ୟା ପରେ ପ୍ରମାଣ ଲୁଚାଇବା ପାଇଁ ସ୍ଵାମୀ, ଦେଢ଼ଶୁର ଓ ସମ୍ପର୍କୀୟ ମିଶି ମୃତଦେହ ପୋଡ଼ି ଦେଇଛନ୍ତି । ମୃତ ମହିଳାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ସ୍ଵାମୀକୁ ଗିରଫ କରି ପଚରାଉଚରା କରିଥିଲା ।