ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’

0

ପଶ୍ଚିମବଙ୍ଗ:ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’ । ‘ରାଜା’କୁ ମୃତ୍ୟୁବେଳକୁ ୨୫ବର୍ଷ ୧୦ମାସ ବୟସ ହୋଇଥିଲା । ରାଜାର ମୃତ୍ୟୁରେ ବନବିଭାଗ କର୍ମଚାରୀ ମହଲରେ ଶୋକ ପ୍ରକାଶ ପାଇଛି ।ସେହପରି ରାକାକୁ ରୟାଲ ବେଙ୍ଗଲ ଟାଇଗର ବୋଲି କୁହାଯାଏ । ପଶ୍ଚିମବଙ୍ଗର ଆଲିପୁରଦୁଆରସ୍ଥିତ ସାଉଥ ଖୈରିବାଡି ଜାତୀୟ ଉଦ୍ୟାନରେ ଥିବା ବ୍ୟାଘ୍ର ଉଦ୍ଧାର ଓ ଥଇଥାନ କେନ୍ଦ୍ରରେ ପ୍ରାଣ ହରାଇଛି ରାଜା। ରାଜାକୁ ସୁନ୍ଦରବନର ଏକ ନଦୀରୁ କୁମ୍ଭୀର ଆକ୍ରମଣପରେ ଉଦ୍ଧାର କରାଯାଇଥିଲା ।ସେ ସୁସ୍ଥମଧ୍ୟ ହେଲାପରେ ବନବିଭାଗ ତାକୁ ଜଙ୍ଗଲରେ ନଛାଡି ସେହି ସେଣ୍ଟରରେ ରହିଆସୁଥିଲା ।ଏହି ଖବରରେ ବନବିଭାଗ ଅତ୍ୟନ୍ତ ମର୍ମାହତ ହୋଇପଡିଥିବା ବେଳେ ରାଜାକୁ ଶ୍ରଧାଞଳି ଦେଇଥିଲେ ।ଅନେକ ସ୍ଥାନୀୟ ଲୋକଙ୍କ ମଧ୍ୟ ଭିଡ ଜମିଥିଲା ।