ଖୋଲିଲା ଦେଶର ପ୍ରଥମ ମଦ ସଂଗ୍ରହାଳୟ
ଖୋଲିଲା ଦେଶର ପ୍ରଥମ ମଦ ସଂଗ୍ରହାଳୟ । ଗୋଆ କାଣ୍ଡୋଲିମ୍ରେ ଦେଶର ପ୍ରଥମ ମଦ ସଂଗ୍ରହାଳୟ ଖୋଲାଯାଇଛି ।
(ଗୋଆ) : ଖୋଲିଲା ଦେଶର ପ୍ରଥମ ମଦ ସଂଗ୍ରହାଳୟ । ଗୋଆ କାଣ୍ଡୋଲିମ୍ରେ ଦେଶର ପ୍ରଥମ ମଦ ସଂଗ୍ରହାଳୟ ଖୋଲାଯାଇଛି । ଜଣେ ସ୍ଥାନୀୟ ବ୍ୟବସାୟୀ ତାକୁ ଖୋଲିଥିବା ବେଳେ ତା’ର ନାମ ‘ଅଲ୍ ଏବାଉଟ୍ ଆଲକୋହଲ’ ରଖାଯାଇଛି । କାଣ୍ଡୋଲିମ୍ ସ୍ଥାନୀୟ ଭାବେ ପିଆଯାଉଥିବା ‘ଫେନି’ ମଦ ପାଇଁ ଲୋକପ୍ରିୟ । ଫେନିକୁ ନଡ଼ିଆ କିମ୍ବା କାଜୁରେ ପ୍ରସ୍ତୁତ କରାଯାଇଥାଏ । ‘ଅଲ୍ ଏବାଉଟ୍ ଆଲକୋହଲ’ ସଂଗ୍ରହାଳୟରେ ୫୦୦ ବର୍ଷ ପୁରୁଣା ଫେନିର କାହାଣୀକୁ ବର୍ଣ୍ଣନା କରାଯାଇଛି । ସେଠାରେ ଫେନିର ଶହ ଶହ ବର୍ଷ ପୁରୁଣା ବୋତଲ ରଖାଯାଇଛି ।
ସୂଚନାନୁଯାୟୀ , ଏ ସଂପର୍କରେ ସଂଗ୍ରହାଳୟର ସଂସ୍ଥାପକ ନନ୍ଦନ କୁଡ୍ଛଡକର କହିଛନ୍ତି, ମୋର ଉଦ୍ଦେଶ୍ୟ ଲୋକଙ୍କୁ ମଦ୍ୟପାନ ପାଇଁ ପ୍ରୋତ୍ସାହନ କରିବା ନୁହେଁ । ଗୋଆର ସମୃଦ୍ଧଶାଳୀ ପରମ୍ପରା ବିଶେଷକରି ଫେନିର ଇତିହାସକୁ ବିଶ୍ୱଦରବାରରେ ପରିଚିତ କରାଇବା ଏହି ସଂଗ୍ରହାଳୟ ସ୍ଥାପନ ପଛର ଉଦ୍ଦେଶ୍ୟ । ଗୋଆରେ ଫେନିର ସମୃଦ୍ଧଶାଳୀ ପରମ୍ପରାକୁ ପ୍ରଦର୍ଶିତ କରିବା ଲାଗି ମୁଁ ଏହି ଗ୍ୟାଲେରି ସ୍ଥାପନ କରିଛି । ସଂଗ୍ରହାଳୟ ମଧ୍ୟରେ ୪ଟି କୋଠରୀ ରହିଛି ।