ପୂର୍ବାନୁମାନଠାରୁ ବହୁ ଉପରେ ଭାରତୀୟ ଅର୍ଥନୀତିର ଚମତ୍କାର ପ୍ରଦର୍ଶନ; ଦ୍ୱିତୀୟ ତ୍ରୈମାସିକରେ ଦେଶର ଜିଡିପି ୮.୨ ପ୍ରତିଶତ

ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ଜିଡିପି (GDP) ୮.୨ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବବୋଲି ଆକଳନ କରିଛି । ପୂର୍ବ ବର୍ଷ (୨୦୨୪-୨୫)ର ୨ୟ ତିନିମାସରେ ଆର୍ଥିକ ଅଭିବୃଦ୍ଧି ୫.୬ ପ୍ରତିଶତ ଥିଲା ବୋଲି ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ଭାରତପୁଣି ଥରେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି ।

କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୁପାୟନ ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ୨୦୨୫-୨୬ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ (Q2) ପାଇଁ ମୋଟ ଘରୋଇ ଉତ୍ପାଦ (GDP)ର ତ୍ରୈମାସିକ ଆକଳନ ପ୍ରକାଶ କରିଛି।ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ସେପ୍ଟମ୍ବର ୬ ମାସରେ ବାସ୍ତବିକ ଜିଡିପି ୯୬.୫୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ଆଶା କରାଯାଉଛି । ୨୦୨୪-୨୫ଆର୍ଥିକ ବର୍ଷର ଏହି ସମୟରେ ବାସ୍ତବିକ ଜିଡିପି ଅଭିବୃଦ୍ଧି ୮୯.୩୫ ଲକ୍ଷ କୋଟି ଥିଲା । ଫଳରେ ଏହି ୬ ମାସରେ ଦେଶର ଡିଜିପି ଆଭିବୃଦ୍ଧି ୮ ପ୍ରତିଶତ ରହିଛି ।