ଟୋକିଓ: ବିଶ୍ବର ଦ୍ବିତୀୟ ଶ୍ରେଷ୍ଠ କୁସ୍ତି ଖେଳାଳି ଭାରତର ଦୀପକ ପୁନିଆ ଜାପାନର ଟୋକିଓସ୍ଥିତ ଅଲିମ୍ପିକ୍ସ୍ ଷ୍ଟାଡିୟମ୍ ‘ମାକୁହରି ମେସେ ହଲ୍’ରେ ଆୟୋଜିତ ପୁରୁଷମାନଙ୍କ ୮୬ କିଲୋଗ୍ରାମ୍ ‘ଫ୍ରିଷ୍ଟାଇଲ୍ କୁସ୍ତି ପ୍ରତିଯୋଗିତା’ରେ ଚୀନ୍ର ଜୁସେନ୍ ଲିନ୍ ଙ୍କୁ ୬-୩ରେ ପରାସ୍ତ କରି ସେମି-ଫାଇନାଲ୍ ରେ ପ୍ରବେଶ କରିଛନ୍ତି। ତେବେ ମହିଳା ରେସଲିଂରେ ଅଂଶୁ ମଲିକ୍ ପ୍ରି-କ୍ୱାର୍ଟର୍ ଫାଇନାଲରେ ହାରିଯାଇଛନ୍ତି। ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ରବି କୁମାର କ୍ୱାର୍ଟର୍ ଫାଇନାଲରେ ବୁଲଗେରିଆର ଜର୍ଜି ଭାଲେଣ୍ଟିନୋଭ୍ ଭାଙ୍ଗେଲୋଭଙ୍କୁ ୧୪-୪ ପଏଣ୍ଟରେ ହରାଇ ସେମିଫାଇନାଲରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ରବି କୁମାର ପ୍ରି-କ୍ୱାର୍ଟର୍ ଫାଇନାଲରେ କଲମ୍ବିଆର ଓସ୍କାର ଏଡୁଆର୍ଡ ଟାଇଗ୍ରେରୋସ୍ ଅର୍ବାନୋଙ୍କୁ ୧୩-୨ ପଏଣ୍ଟରେ ହରାଇଥିଲେ। ।