ୱାଶିଂଟନ: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଚାଲିଛି ଭାରତୀୟଙ୍କ ରାଜ । ଟେକ୍ନୋଲୋଜୀ କମ୍ପାନୀଠାରୁ ଆରମ୍ଭ କରି କ୍ରିକେଟ, ସବୁଠି ଭାରତର ଦବଦବା ।
ଆମେରିକାରେ ଏମିତି ଅନେକ ଗ୍ଲୋବାଲ କମ୍ପାନୀ ରହିଛି ଯାହାର ମୁଖ୍ୟ ହେଉଛନ୍ତି ଜଣେ ଭାରତୀୟ । ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରର ନୂଆ ସିଇଓ ଭାବରେ ଯୋଗ ଦେଇଛନ୍ତି ଭାରତୀୟ ପରାଗ ଅଗ୍ରଓ୍ବାଲ । ତେବେ କେବଳ ଯେ ଟେକ୍ନୋଲୋଜି କ୍ଷେତ୍ରରେ ଇଣ୍ଡିଆ ଆଗରେ ରହିଛି ତା’ ନୁହେଁ, କ୍ରିକେଟ ଜଗତରେ ମଧ୍ୟ ନିଜର ଶ୍ରେଷ୍ଠତ୍ୱ ଜାହିର କରିଛି ।
ବିଶ୍ୱ କ୍ରିକେଟରେ ଏତେ ଭଲ ପ୍ରଦର୍ଶନ କରି ନ ପାରିଲେ ମଧ୍ୟ ଆମେରିକାରେ କ୍ରିକେଟକୁ ନେଇ ଏବେ ଉତ୍ସାହ ବଢିବାରେ ଲାଗିଛି । ଆମେରିକା ନ୍ୟାସନାଲ କ୍ରିକେଟ ଟିମରେ ଅଧିନାୟକ ସୌରଭ ନେତ୍ରାଭାଲକର ମଧ୍ୟ ଜଣେ ଭାରତୀୟ । ସୌରଭ ଭାରତ ପକ୍ଷରୁ ଅଣ୍ଡର-୧୯ ଦଳରେ ସାମିଲ ମଧ୍ୟ ଥିଲେ । ଅନ୍ୟପକ୍ଷରେ ଭାରତରେ ହେଉଥିବା କୁଚ ବିହାର ଟ୍ରଫିରେ ମଧ୍ୟ ନିଜର ଜଲଓ୍ବା ଦେଖାଇ ସାରିଛନ୍ତି ସୌରଭ ।
Both off the field and on it 😄 https://t.co/iBk5wXu0AJ pic.twitter.com/YyABN5UA1z
— Wasim Jaffer (@WasimJaffer14) November 30, 2021
ପରାଗ ଅଗ୍ରଓ୍ବାଲ ଟ୍ବିଟର ନୂଆ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଟେସଲା ସିଇଓ ଏଲନ ମସ୍କ ଟ୍ବିଟ କରି କହିଥିଲେ କି ଆମେରିକାକୁ ଭାରତୀୟ ଟ୍ୟାଲେଣ୍ଟମାନଙ୍କଠାରୁ ବହୁତ ଫଇଦା ମିଳୁଛି । ଏହି ଟ୍ବିଟର ଜବାବରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫର ଟ୍ବିଟ କରି ଲେଖିଥିଲେ କି କେବଳ ଟେକ୍ କମ୍ପାନୀରେ ନୁହେଁ କ୍ରିକେଟରେ ବି ଆମେରିକା ଟିମରେ ଅଧିନାୟକତ୍ବ କରୁଛନ୍ତି ଜଣେ ଭାରତୀୟ ।