ନୂଆଦିଲ୍ଲୀ:- ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହୋଇଯିବ ମହିଳା ବିଶ୍ୱକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ମହିଳା ଦିନିକିଆ ବିଶ୍ବକପ୍ ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି । ସୁସ୍ଥ ହୋଇଥିବାରୁ ପେସ୍ ବୋଲର ରେଣୁକା ସିଂହ ଓ ଅଲ୍ରାଉଣ୍ଡର ଅମନଜୋତ କୌର ଦଳକୁ ଫେରିଛନ୍ତି । ତେବେ ଗତ ବର୍ଷେ ହେଲା ଭାରତୀୟ ମହିଳା ଦିନିକିଆ ଦଳରେ ସ୍ଥାନ ପାଇନଥିବା ଓପ୍ନର ଶେଫାଳି ବର୍ମାଙ୍କୁ ସ୍ଥାନ ମିଳିନାହିଁ । ଇଂଲଣ୍ଡ ଗସ୍ତରେ ଭାରତୀୟ ଦିନିିକିଆ ଦଳରେ ଥିବା ତେଜଲ ହସ୍ନବିସ ଓ ସୟାଲି ସାତ୍ଘରେ ଦଳରୁ ବାଦ୍ ପଡ଼ିଛନ୍ତି । ହର୍ମନପ୍ରୀତ କୌରଙ୍କୁ ଅଧିନାୟିକା ଏବଂ ସ୍ମୃତି ମନ୍ଧାନାଙ୍କୁ ଉପ ଅଧିନାୟିକା ନିଯୁକ୍ତ କରାଯାଇଛି।
ଘୋଷିତ ହୋଇଥିବା ଭାରତୀୟ ଦଳ: ହର୍ମନପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ ଅଧିନାୟିକା), ପ୍ରତୀକା ରାୱଲ, ହର୍ଲିନ ଦେଓଲ, ଦୀପ୍ତି ଶର୍ମା, ଜେମିମା ରଡ୍ରିଗ୍ବେଜ୍, ରେଣୁକା ସିଂହ ଠାକୁର, ଅରୁନ୍ଧତି ରେଡ୍ଡୀ, ରିଚା ଘୋଷ (ୱିକେଟକିପର୍), କ୍ରାନ୍ତି ଗୌଡ଼, ସାୟଲି ସଟଘାରେ/ଅମନଜୋତ କୌର, ରାଧା ୟାଦବ, ଶ୍ରୀ ଚରଣୀ, ୟାସ୍ତିକା ଭାଟିଆ (ୱିକେଟକିପର), ସ୍ନେହ ରାଣା।