ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲାଗି ଜାତୀୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦିନ ୩ଟାରେ ତାରିଖ ଘୋଷଣା ହେବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ବର୍ତ୍ତମାନର ରଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଯାଉଛି । ତେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ସଦସ୍ୟ, ରାଜ୍ୟସଭା ସଦସ୍ୟ ଓ ରାଜ୍ୟ ବିଧାନସଭାର ସଦସ୍ୟମାନେ ଏହି ନିର୍ବାଚନରେ ଭୋଟ ଦାନରେ ଅଂଶଗ୍ରହଣ କରିପାରିବେ । ଶେଷ ଥର ଲାଗି ୨୦୧୭ ଜୁଲାଇ ୧୭ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।