ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା

ନୂଆଦିଲ୍ଲୀ: ଆଜି ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା । ଏହି ପରୀକ୍ଷଣ ଏକ ଯୁଦ୍ଧ ଜାହାଜରୁ କରାଯାଇଥିବା କୁହାଯାଉଛି । ତେବେ ବର୍ତ୍ତମାନ କ୍ଷେପଣାସ୍ତ୍ରର ସମସ୍ତ ପରିକ୍ଷଣ ସଫଳ ଭାବେ ସମାପ୍ତ ହୋଇଥିବା ଭାରତୀୟ ବାୟୁସେନା ସୁଚନା ଦେଇଛି । ବିଶ୍ୱର ପରିସ୍ଥିତି ଘଡିସନ୍ଧୀ ମୂହୁର୍ତ୍ତ ଦେଇ ଗତି କରୁଥିବା ବେଳେ ଭାରତ ଏବେ ବାରମ୍ବାର ବ୍ରହ୍ମସର ପରୀକ୍ଷଣ କରିବାରେ ଲାଗିଛି । ତେବେ ଅକ୍ଟୋବର ମାସରେ ଭାରତର ବାୟୁସେନା ଓ ସେନା ପକ୍ଷରୁ ବ୍ରହ୍ମସର ପରୀକ୍ଷଣ କରାଯାଇଥିଲା । ସେହିପରି ଅକ୍ଟୋବର ୧୦ ଓ ୧୧ ତାରିଖରେ ବାୟୁସେନା ପକ୍ଷରୁ ବ୍ରହ୍ମସର ଏୟାର-ଲଞ୍ଚ ଭର୍ସନର ପରୀକ୍ଷଣ କରାଯାଇଥିଲା । ଅକ୍ଟୋବର ୧୦ରେ ବ୍ରହ୍ମସର ସଂପ୍ରସାରିତ ସଂସ୍କରଣ ଓ ଅକ୍ଟୋବର ୧୧ରେ ବଙ୍ଗୋପସାଗରରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ନିକଟରେ ସୁଖୋଇ ଲଢୁଆ ବିମାନରୁ ଏହାର ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣ ସଫଳ ହୋଇଥିବା ବାୟୁସେନା ଘୋଷଣା କରିଛି ।