(ରିପୋଡର୍ସ ଟୁଡେ) : ଭାରତୀୟ ବାୟୁୁ ସେନାର ୮୬ ତମ ସ୍ଥାପନା ଦିବସ ଉପଲକ୍ଷ୍ୟେ ଗାଜିଆବାଦସ୍ଥିତ ହିଡନ ଏୟାରବେସ୍ ରେ ଭବ୍ୟ ସମାରୋହର ଆୟୋଜନ କରାଯାଇଛି । ଏହି ସମାରୋହରେ ବାୟୁ ସେନାର ଜବାନମାନେ ପରେଡ କରିଥିଲେ, ସେପଟେ ବାୟୁସେନାର ବିଭିନ୍ନ ଲଢୁଆ ବିମାନ ଯେମିତିକି ଜଗୁବାର, ମିଗ ୨୯, ମିରାଜ ୨୦୦୦, ସୁୁଖଇ ୩୦ଏମକେଆଇ ବ ରୁଦ୍ରା ହେଲିକାପ୍ଟର ନିଜର କଳା ଦେଖାଇଥିଲେ । ଏହି ସମାରୋହରେ ଉପସ୍ଥିତ ଥିବା ବହୁୁ ସଂଖ୍ୟାର ଲୋକ ବାୟୁ ସେନା ତରଫରୁୁ ଆୟୋଜିତ ଏହି କାର୍ଯ୍ୟକ୍ରମର ମଜା ନେଇଥିଲେ ।
ଏହି ସମାରୋହରେ ବାୟୁସେନା ତରଫରୁ ସାମରିକ ରୂପେ ମହଜୁଦପୂର୍ଣ୍ଣ କେତେକ ଅସ୍ତ୍ରସସ୍ତ୍ର ଯଥା ମିସାଇଲ ସିଷ୍ଟମ ବ ରଡାର ପ୍ରଦର୍ଶନ କରାଯାଇଥିଲା । ଭାରତୀୟ ବାୟୁସେନାର ଗଠନ ୧୯୩୨ ମସିହାରେ କରାଯାଇଥିଲା । ସେହି ସମୟରେ ଏହାର ନାମ ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ ଥିଲା । ସ୍ୱାଧିନତା ପରେ ୧୯୫୦ରେ ବାୟୁ ସେନାର ନାମ ବଦଳାଯାଇ ଇଣ୍ଡିଆନ ଏୟାର ଫୋର୍ସ ରଖାଗଲା ।
ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଭାରତୀୟ ବାୟୁ ସେନାକୁୁ ଏୟାର ଫୋର୍ସ ଡେ ଉପଲକ୍ଷେ ଶୁୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି କି ବାୟୁୁ ସେନାର ଜବାନ ନିଜର ସାହାସ ଏବଂ ପ୍ରତିବଦ୍ଧତା ସହିତ ଭାରତୀୟ ଆକାଶର ରକ୍ଷା କରିଥାନ୍ତି । ସମସ୍ତ ଭାରତୀୟ ବାୟୁସେନାଙ୍କୁ ନେଇ ଗର୍ବିତ ଅଟେ ।