ମୁମ୍ବାଇ : ନୂଆ ବର୍ଷରେ ନୂଆ ଖାତା ଖୋଲିବ ଭାରତ | ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବ ପ୍ରଥମ ଟି -୨୦ ମ୍ୟାଚ | ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କୁ ବାଦ ଦେଇଛି ଦଳ | ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ରାତି ୭ଟାରେ ଖେଳାଯିବ ମ୍ୟାଚ୍ ।ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତିନି ଟିକିଆ ଟି-୨୦ ସିରିଜ୍ ଖେଳିବ ଦଳ । ନୂଆ ଖେଳାଳି, ନୂଆ ଟିମ୍ ଓ ନୂଆ ମ୍ୟାନେଜମେଣ୍ଟ ସହ ଭାରତର ଟି-୨୦ର ଅଭିଯାନ ଆରମ୍ଭ ହେବ ।ସେପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଭାରତର ଭାଗ୍ୟ ନିର୍ଭର କରୁଛି । ଅନ୍ୟପକ୍ଷରେ ଯଦି ଶ୍ରୀଲଙ୍କା କଥା କହିବା ତାହାଲେ ଗତ ଟି-୨୦ ବିଶ୍ୱକପ ପରେ ଦଳ କୌଣସି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିନାହିଁ । କିନ୍ତୁ ଶ୍ରୀଲଙ୍କା ପ୍ରିମିୟର ଲିଗରେ ଦଳର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ । ଗତ ଏସିଆ କପରେ ମଧ୍ୟ ଶ୍ରୀଲଙ୍କା ଭଲ ପ୍ରଦର୍ଶନ କରିଥିଲା ଏବଂ ଚମ୍ପିଆନ ହୋଇଥିଲା ।
ଶ୍ରୀଲଙ୍କାର ବ୍ୟାଟିଂ ବିଭାଗ ସନ୍ତୁଳିତ ଥିବାବେଳେ ବୋଲିଂ ବିଭାଗର ନେତୃତ୍ୱ ନେବେ ହସରଙ୍ଗାଙ୍କ ଉପରେ ରହିବ । ତେଣୁ ଏହି ସିରିଜରେ ଭାରତକୁ କଡ଼ା ଟକ୍କର ଦେଇପାରେ ଶ୍ରୀଲଙ୍କା ।ଏହି ସିରିଜ୍ରେ ଭାରତ ଓପନିଂରେ ନୂଆ ଯୋଡି ଇଶାନ କିସାନ ଓ ଋତୁରାଜ ଗାଏକ୍ୱାଡଙ୍କୁ ସୁଯୋଗ ଦେଇପାରେ। ଏହା ଯଦି ସମ୍ଭବ ହୁଏ, ତେବେ ଶୁବମାନ ଗିଲଙ୍କୁ ଡେବ୍ୟୁ କରିବାକୁ ଅପେକ୍ଷା କରିବାକୁ ହେବ। ନଂ-୩ରେ ନଂ-୧ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖେଳିବେ। ଅଭିଜ୍ଞ ୱିକେଟକିପର ସଞ୍ଜୁ ସାମସନଙ୍କୁ ନଂ-୪ରେ ଖେଳିବାକୁ ନିଶ୍ଚୟ ସୁଯୋଗ ମିଳିବ।