ନୂଆଦିଲ୍ଲୀ: ଆଜି ଋଷରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଭାରତରେ ପହଞ୍ଚିଛି ଟୀକା । ଋଷରୁ ଏହା ପ୍ରଥମ ଟୀକା ଆମଦାନୀ । ହାଇଦ୍ରାବାଦ ବିମାନ ବନ୍ଦରରେ ଏହି ସ୍ପଟନିକ ଭି ଟୀକା ପହଞ୍ଚିଛି । ଏଠାରୁ ଦେଶର ବିଭିନ୍ନ ସ୍ଥାନକୁ ଟିକା ଯିବ। ତୃତୀୟ ପର୍ଯ୍ୟାୟ ଟୀକାକରଣରେ ଏହି ଟିକାକୁ ବ୍ୟବହାର କରାଯିବ। ଆଜିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣରେ ୧୮ରୁ ୪୪ ବର୍ଷର ଲୋକଙ୍କ ଟୀକାକରଣ ଆରମ୍ଭ ହୋଇଛି। ଏହା ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ବେଶ ସହାୟକ ହେବ।
ସୂଚନାଯୋଗ୍ୟ, କେନ୍ଦ୍ର ଆଜିଠାରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟୀକାକରଣରେ ୧୮ରୁ ୪୪ ବର୍ଷ ମଧ୍ୟରେ ଟୀକା ଦେବାକୁ ଘୋଷଣା କରିଥିଲା । କିନ୍ତୁ ଆବଶ୍ୟକ ହେଉଥିବା ଟୀକା ଉତ୍ପାଦନ ହୋଇନାହିଁ । ତେଣୁ ବିଦେଶ ଉପରେ ନିର୍ଭର କରିବାକୁ ପଡିଛି ସରକାରକୁ । ଗୋଟିଏ ପଟେ ଟୀକା ଅଭାବ ଓ ଅନ୍ୟ ପଟେ ସଂକ୍ରମଣର ବ୍ୟାପକତାକୁ ଦେଖି ବିଭିନ୍ନ ଦେଶ ଭାରତକୁ ସହାୟତାର ହାତ ବଢାଇଛନ୍ତି ।
ସ୍ପୁଟନିକ୍-ଭି ଟୀକା ଗମାଲୟା ନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଦ୍ଵାରା ବିକଶିତ କରାଯାଇଛି।