ଭାରତ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ

ଲର୍ଡ୍ସ: ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ । ଘାତ ପ୍ରତିଘାତ ପରେ ଶେଷରେ ପଡିଛି ଟସ । ଏହି ମ୍ୟାଚରେ ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ । ଭାରତକୁ ବ୍ୟାଟିଂ କରିବା ପାଇଁ ସେ ଆମନ୍ତ୍ରିତ କରିଛନ୍ତି ।
ଏହି ମ୍ୟାଚରେ ଭାରତ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି । ଆହତ ଶର୍ଦ୍ଦୁଳଙ୍କ ସ୍ଥାନରେ ଅଭିଜ୍ଞ ବୋଲର ଇଶାନ୍ତ ଶର୍ମାଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରାଯାଇଛି । ତେବେ ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ବୋଲର ଭାବରେ ସ୍ଥାନ ପାଇଥିବା ରବିଚନ୍ଦ୍ରନ ଅଶ୍ୱିନ ଏକାଦଶରୁ ବାହାର ହୋଇଛନ୍ତି ।


ସେହିପରି ଇଂଲଣ୍ଡ ଦଳ ଏହି ମ୍ୟାଚରେ ତିନୋଟି ପରିବର୍ତ୍ତନ କରିଛି । ଆହତ କାରଣରୁ ପ୍ରମୁଖ ଖେଳାଳୀ ଷ୍ଟୁଆର୍ଟ ବ୍ରଡ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ମାର୍କ ଉଡ ଖେଳିବା ପାଇଁ ସୁଯୋଗ ପାଇଛନ୍ତି । ସେହିପରି ଡାନ ଲରେନ୍ସ ଏବଂ ଜ୍ୟାକ କ୍ରଲୀଙ୍କ ଖରାପ ପ୍ରଦର୍ଶନ ପାଇଁ ଉଭୟଙ୍କୁ ଚୁଡାନ୍ତ ଏକାଦଶରୁ ବାହାରେ ବସିବାକୁ ପଡିଛି । ସେମାନଙ୍କ ସ୍ଥାନରେ ଅଲରାଉଣ୍ଡର ମୋଇନ ଅଲୀ ଏବଂ ହସୀବ ହମିଦ ଦ୍ୱିତୀୟ ମ୍ୟାଚ ପାଇଁ ଚୟନ ହୋଇଛନ୍ତି । ତେବେ ଜେମ୍ସ ଆଣ୍ଡରସନଙ୍କୁ ନେଇ ଚାଲିଥିବା ଆଲୋଚନା କରିଛନ୍ତି ଇଂଲଣ୍ଡ ଦଳର କୋଚ ଏବଂ ଅଧିନାୟକ । ଆଜିର ମ୍ୟାଚରେ ଆଣ୍ଡସନ ଖେଳୁତିବାର ନଜର ଆସିବେ ।
ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ।

ଇଂଲଣ୍ଡ: ରୋରୀ ବର୍ନସ୍, ଡମ୍ ସିବଲେ, ହସୀମ ହମିଦ୍, ଜୋ ରୁଟ୍ (କ୍ୟାପଟେନ୍), ଜନ୍ନି ବେୟାରଷ୍ଟୋ, ମୋଇନ୍ ଅଲୀ, ଜୋସ୍ ବଟଲର (ୱିକେଟକିପର), ସାମ୍ କୁରାନ, ଓଲି ରବିନସନ୍, ମାର୍କ ଉଡ୍, ଜେମ୍ସ ଆଣ୍ଡରସନ୍।