ଭାରତର ବଡ଼ ବିଜୟ, ଫାଇନାଲକୁ ମାରିଲା ଗ୍ରାଣ୍ଡ ଏଣ୍ଟ୍ରି

ମୁମ୍ବାଇ: ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୨୬ ଟି – ୨୦ ବିଶ୍ୱକପରେ ଫାଇନାଲକୁ ପ୍ରବେଶ କରିଛି। ଗୁରୁବାର ମୁମ୍ବାଇର Wankhede Stadium ରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ଇଂଲଣ୍ଡ କୁ ୭ ରନ୍‌ରେ ପରାଜିତ କରିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୫୩ ରନ୍‌ର ବଡ଼ ସ୍କୋର କରିଥିଲା। ଏହି ଇନିଂସରେ ସଞ୍ଜୁ ସାମସନ ଚମତ୍କାର ବ୍ୟାଟିଂ କରି ୮୯ ରନ୍ କରିଥିଲେ ଓ ଦଳକୁ ଶକ୍ତିଶାଳୀ ସ୍ଥିତିରେ ପହଞ୍ଚାଇଥିଲେ। ୨୫୪ ରନ୍‌ର ଲକ୍ଷ୍ୟ ପିଛା କରି ଇଂଲଣ୍ଡ ଦଳ ଭଲ ଲଢ଼େଇ କରିଥିଲେ ମଧ୍ୟ ୨୦ ଓଭରରେ ୨୪୬ ରନ୍‌ରେ ସୀମିତ ରହିଗଲା। ଫଳରେ ଭାରତ ୭ ରନ୍‌ରେ ଏହି ରୋମାଞ୍ଚକ ମ୍ୟାଚ୍ ଜିତି ଫାଇନାଲକୁ ପହଞ୍ଚିଲା।

ଏବେ ଫାଇନାଲ ମ୍ୟାଚ୍ ୮ ମାର୍ଚ୍ଚରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ସେଠାରେ ଭାରତ ଏବଂ ନିୟୁଜିଲ୍ୟାଣ୍ଡ ସହ ଟାଇଟଲ୍ ପାଇଁ ମୁକାବିଲା କରିବ।