ନୂଆଦିଲ୍ଲୀ-: ଭାରତରେ ତୁର୍କୀର ସରକାରୀ ସୋସିଆଲ ମିଡିଆ TRT ବ୍ୟାନ୍ । ପାକିସ୍ତାନକୁ ସହଯୋଗ କରିବା ପ୍ରମାଣ ମିଳିବା ପରେ ତୁର୍କୀର ସୋସିଆଲ ମିଡିଆକୁ ବ୍ୟାନ କଲା ଭାରତ । ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ତୁର୍କୀ ସହଯୋଗ କରିଥିଲା । ଭାରତ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ତୁର୍କୀ ପାକିସ୍ତାନକୁ ଡ୍ରୋନ୍ ଯୋଗାଇଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ତୁର୍କୀ ଯେଭଳି ଭାବରେ ଭାରତ ବିରୁଦ୍ଧରେ ପାକିସ୍ତାନ ସହିତ ବନ୍ଧୁତା ବୃଦ୍ଧି କରିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଚୀନ ଓ ତୁର୍କୀ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍ । ଚୀନର ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଏବଂ ଏହାର ସରକାରୀ ଏଜେନ୍ସ ଅଧିକାରୀଙ୍କ ଏକ୍ସ ଆକାଉଣ୍ଟକୁ ବ୍ଲକ କରିଛି ଭାରତ । ଭାରତୀୟ ସେନା ବିରୋଧରେ ମିଛ ପ୍ରଚାର କରିବାରୁ ଆକାଉଣ୍ଟ ବ୍ଲକ କରିଛନ୍ତି କେନ୍ଦ୍ର ସରକାର । ପହଲଗାଓଁ ଆକ୍ରମଣ ପରେ ଭାରତର ପାକିସ୍ତାନ ସହିତ ଆତଙ୍କବାଦୀ ବିରୋଧରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ତୁର୍କୀ ଏବଂ ଚୀନ ପାକିସ୍ତାନକୁ ସମର୍ଥନ କରିଥିଲେ । ଏହି ସବୁ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ଭାରତ ବିରୋଧରେ ପାକିସ୍ତାନର ପ୍ରଚାରକୁ ପ୍ରୋତ୍ସାହିତ ମଧ୍ୟ କରିଥିଲେ ।