ଆଣ୍ଟିବାୟୋଟିକର ବ୍ୟବହାର ନ କରିବାକୁ ନିର୍ଦ୍ଦେଶ, ନିମୋସ୍ଲାଇଡ୍ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୦୦ ମିଗ୍ରାରୁ ଅଧିକ ମାତ୍ରାରେ ନିମୋସଲାଇଡ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ଏକ ଯନ୍ତ୍ରଣା ଏବଂ ଜ୍ୱର ହ୍ରାସକାରୀ ଔଷଧ। କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, ଉଚ୍ଚ ମାତ୍ରା ଗୁରୁତର ଯକୃତ ଏବଂ ବୃକକ୍ କ୍ଷତି କରିପାରେ। ଏହି ନିଷ୍ପତ୍ତି ପଛରେ ପ୍ରାଥମିକ କାରଣ ହେଉଛି ରୋଗୀଙ୍କ ପାଇଁ ଔଷଧର ସମ୍ଭାବ୍ୟ ସୁରକ୍ଷା ବିପଦ। ଡିସେମ୍ବର ୨୯ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ପ୍ରତିବନ୍ଧକ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଥିଲା। ICMR ଏବଂ CDSCO ର ଏକ ବିଶେଷଜ୍ଞ କମିଟିର ସୁପାରିଶରେ ଏହି ପଦକ୍ଷେପ ନିଆଯାଇଥିଲା। କମିଟି ଚେତାବନୀ ଦେଇଥିଲା ଯେ, ଉଚ୍ଚ ମାତ୍ରା ଗମ୍ଭୀର ଯକୃତ ସମସ୍ୟା ସୃଷ୍ଟି କରିପାରେ, କେତେକ ସମୟରେ ଘାତକ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ଶେଷ ମନ କୀ ବାତ ରେ ଆଣ୍ଟିବାୟୋଟିକର ବ୍ୟବହାର କମ୍ କରିବା ପାଇଁ ଦେଶର ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଯଦି ଆଣ୍ଟିବାୟୋଟିକ ନେଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶରେ ନିଅନ୍ତୁ ବୋଲି ସେ ନିବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ଆଣ୍ଟିବାୟୋଟିକର ବ୍ୟବହାର ନେଇ ସଚେତନ କରିଛନ୍ତି।